କନକ ବ୍ୟୁରୋ: ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ଆବଶ୍ୟକ ସ୍ଥଳେ ASI ଏବଂ OBCC ସହ ପରାମର୍ଶ କରି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧ‌ୀକ୍ଷକ ମଧ୍ୟ ସମସ୍ତ ବ୍ୟବସ୍ଥାର ତତ୍ତ୍ୱାବଧାନ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି ।

Advertisment

ସତର୍କ ଶ୍ରୀମନ୍ଦିର ପ୍ରଶାସନ

- ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ତଥା ପାଲ ଛାତ ବାହାର କରାଯାଇଛି
- ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ହୋଇଛି
-  କୋଇଲି ବୈକୁଣ୍ଠ ପରିସର ସ୍ଥିତ ଗୃହଗୁଡିକର ଟିଣ ସିଟ୍ ଛାତ ଉପରେ ବାଲି ବସ୍ତା ଦିଆଯାଇଛି
-  ସାତପାହାଚରେ ଭକ୍ତଙ୍କ ସୁବିଧା ପାଇଁ ଥିବା ବ୍ୟାରିକେଡର ଉପର ଛାତ କଢାଯାଇଛି
- ଉପବନରୁ ସୌନ୍ଦର୍ୟ୍ୟକରଣ ଲାଇଟ୍ ବାହାର କରାଯାଇଛି ।
-  ସିଂହଦ୍ଵାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ କଢ଼ାଯାଇଛି
- CCTV ବ୍ୟବସ୍ଥା ଯେପରି ପ୍ରଭାବିତ ନ ହେବ ସେଥ‌ିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି