ଶରଧାବାଲିରେ ଦଳାଚକଟା ଘଟଣା, ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର ପରେ ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ । ଅପରାହ୍ନ ୩ଟାରେ ସର୍କିଟ ହାଉସରେ ଲୋକଙ୍କଠୁ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିସନର ଅନୁ ଗର୍ଗ । ଗତକାଲି ଭୁବନେଶ୍ୱରରେ ସରିଛି ୧୭ ଜଣଙ୍କ ବୟାନ ରେକର୍ଡ । ଜୁନ ୨୯ରେ ଶରଧାବାଲି ଦଳାଚକଟାରେ ଯାଇଥିଲା ୩ ଜୀବନ ।

01-Eye Witness

କନକ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାର ତଦନ୍ତ ଚାଲିଛି । ଭୁବନେଶ୍ୱରରେ ସରିଛି ତଦନ୍ତ ଓ ସାକ୍ଷ୍ୟ ଗ୍ରହଣ । ଭୁବନେଶ୍ୱରରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଆଜି ଅପରାହ୍ଣ ୩ଟାରୁ ପୁରୀରେ ସାକ୍ଷ୍ୟ ଗ୍ରହଣ କରାଯିବ । ଉନ୍ନୟନ କମିସନର ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି । ଗତ ଜୁନ୍‌ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ  ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ  ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନୁ ଗର୍ଗ ପୁରୀ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । 

ଆଜି ପୁରୀ ସ୍ପେଶାଲ ସର୍କିଟ ହାଉସରେ ସାକ୍ଷାତ କରି ଦଳାଚକଟା ସମ୍ପର୍କିତ ତଥ୍ୟ ଏବଂ ଯଦି କିଛି ସେହି ସମୟର ଫୁଟେଜ୍ ଥାଏ, ତେବେ ଦେଇପାରିବେ । କେଉଁ ପରିସ୍ଥିତିରେ ଦଳାଚକଟା ଘଟଣା ଘଟିଲା, ସେ ସମ୍ପର୍କରେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଭିଡିଓ ଥାଏ, ସେମାନେ ଇମେଲ୍ ଯୋଗେ ଦେବାକୁ ପୂର୍ବରୁ ଉନ୍ନୟନ କମିସନର କହିସାରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe