କନକବ୍ୟୁରୋ: ପୁରୀରେ ଲାଗୁ ହୋଇଛି ପୋଲିସ ଆଇନ୍ ଧାରା ୩୦ । ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ପୋଲିସର ବିନା ଅନୁମତିରେ ଶୋଭାଯାତ୍ରା ହୋଇପାରିବ ନାହିଁ । ଅଗଷ୍ଟ ୩୦ ତାରିଖ ଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳ, ପୁରୀ
ପୌରାଂଚଳ, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି । ପୁରୀ ଏସପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି । ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/AdGYHCu0VXdnSkdgtAgd.jpg)