କନକ ବ୍ୟୁରୋ : ମହାନଗର ନିଗମ ଭାବେ ଉଭା ହେବ ପୁରୀ ସହର। ଏ ପ୍ରକ୍ରିୟା ଏବେ ଆଉ ପାଦେ ଆଗେଇଛି। ସୀମାନ୍ତ ୯ ପଞ୍ଚାୟତର ୩୪ ରାଜସ୍ବ ଗ୍ରାମ ସାମିଲ୍‌ ହେବା ପରେ ୱାର୍ଡ ବିଭାଜନ ଓ ସୀମା ନିର୍ଦ୍ଧାରଣ ହେବାକୁ ଯାଉଛି। ଏଥିପାଇଁ ଜୋରଦାର କସରତ ଆରମ୍ଭ କରିଛି ପୌରସଂସ୍ଥା। 

Advertisment

ପୁରୀରେ ଏବେ ରହିଛି ୩୨ଟି ୱାର୍ଡ। ପୁରୀ ସଦର ବ୍ଲକ୍‌ର ଯେଉଁ ରାଜସ୍ବ ଗ୍ରାମ ମିଶୁଛି ସେଥିରେ ୯୨ଟି ୱାର୍ଡ ରହିଛି। ଏସବୁର ପୁଣି ଥରେ ସୀମା ନିର୍ଦ୍ଧାରଣ କରାଯିବ। ପୌରାଞ୍ଚଳରେ ଥିବା ୩୨ ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଅତି କମ୍‌ରେ ୨୦ଟି ୱାର୍ଡ ଭାଗଭାଗ ହେବା ଥୟ ହୋଇଛି। ସେହିଭଳି ଯେଉଁ ୯୨ ୱାର୍ଡ ମିଶିବାକୁ ଯାଉଛି ସେ ସବୁର ମଧ୍ୟ ପୁଣି ଥରେ ସୀମାନିର୍ଦ୍ଧାଣ ହେବ। ଏଥିରେ ମଧ୍ୟ ଅଡୁଆ ବଢ଼ିଛି। 

ଅଧିକ ପଢ଼ନ୍ତୁ : ସଫଳ ହେଲା ଯୁବ ସରପଞ୍ଚଙ୍କ ଉଦ୍ୟମ, ମନ ମୋହୁଛି ପୁରୀ ଅସ୍ତରଙ୍ଗର ଗ୍ରାମୀଣ ପାର୍କ

 ଓଡ଼ିଶା ମହାନଗର ନିଗମ ଆଇନ ଅନୁଯାୟୀ ନିର୍ବାଚନ ପୂର୍ବରୁ ୱାର୍ଡ ସଂରକ୍ଷଣ ତାଲିକା ପ୍ରସ୍ତୁତ ସହ ୱାର୍ଡ ସୀମା ନିର୍ଦ୍ଧାରଣ କରାଯିବ। ନବଗଠିତ ପୁରୀ ମହାନଗର ନିଗମର ପ୍ରଶାସକ ଭାବେ ପୁରୀ ଜିଲ୍ଲାପାଳ  ରହିଛନ୍ତି। ଏ ସମସ୍ତ ପକ୍ରିୟା ଶେଷ ହେବା ପରେ ରାଜ୍ୟ ନିର୍ବାଚନ କମିସନ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। 
 ୱାର୍ଡ ବିଭାଜନ ଓ ସୀମା ନିର୍ଦ୍ଧାରଣ ସହ ଆସନ ସଂରକ୍ଷଣ ବାବଦରେ ତଥ୍ୟ ଚଳିତ ୧୧ ତାରିଖ ସୁଦ୍ଧା ସରକାରଙ୍କୁ ପଠାଇବାକୁ ପୌରସଂସ୍ଥାକୁ ଚିଠି ଆସିବା ପରେ ତତ୍ପରତା ପ୍ରକାଶ ପାଇଛି।