କନକ ବ୍ୟୁରୋ : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ମାଉସୀ ବାଡିକୁ ବିଜେ କରିଛନ୍ତି ତିନି ଠାକୁର । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କଲେ ଶ୍ରୀଜିଉ । ରତ୍ନବେଦିରୁ ବାହାରିଥିବା ଶ୍ରୀଜିଉ ବିଜେ କଲେ ଜନ୍ମବେଦିକୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ମହାପ୍ରଭୁ ପହଞ୍ଚିଲେ ମାଉସୀ ମାଆ ଘରେ । ଏନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବେଶ ଭିଡ଼ ଜମିଛି ଶ୍ରଦ୍ଧାଳୁଙ୍କର । ଦୁଇ ଦିନ ହେବ ରଥାରୁଢ ରହିବା ପରେ ଶ୍ରୀଜିଉ ଆଜି ବିଜେ କଲେ ଆଡପମଣ୍ଡପକୁ ।

Advertisment