କନକବ୍ୟୁରୋ : ପାର୍ବଣ ପୂର୍ବରୁ ପୁରୀ ପୁଲିସର ସ୍ପେସାଲ୍ ଡ୍ରାଇଭ୍ ।  ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ଜଣେ ନାବାଳକକୁ ଧରିଛି ପୁଲିସ ।  ଏମାନଙ୍କ ମଧ୍ୟରେ ବାଇକ୍ ଚୋର ଠାରୁ ଆରମ୍ଭ କରି ଡ୍ରଗ୍ସ ବ୍ୟବସାୟୀ ବି ଅଛନ୍ତି  ।  ସେହିପରି ମଦ ପିଇ ଉତ୍ପାତ କରିବା ଅଭିଯୋଗରେ ସହରର ବିଭିନ୍ନ ସ୍ଥାନରୁ ପୁଲିସ ୫୨ ଜଣଙ୍କୁ ଉଠାଇ ନେଇଛି ।