Photograph: (kanaknews)
କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ । ପୁରୀ ପୁଲିସର ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଅପରାଧୀ ଓ ନିଶା ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୁରୀରେ ବ୍ରାଉନ ସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରେ ଥିବା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀ ଏସ୍ପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ ସଦର ଥାନା ଅଞ୍ଚଳର କୋରେକ୍ସ ବିକ୍ରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଷଣ୍ଢପୁରର ସଞ୍ଜୟ ଭୋଇ ଏବଂ କାଶୀ ଜଗନ୍ନାଥପୁରର ଚରଣ ସେଠୀ ।
ଉପାନ୍ତ ଅଞ୍ଚଳର ସଫେଇ ଯୋଦ୍ଧା : ବାଣ୍ଟୁଛନ୍ତି ସ୍ବଚ୍ଛତାର ବାର୍ତ୍ତା
ପୁଲିସ ସେମାନଙ୍କ ଠାରୁ ୬୬ଟି କଫ ସିରପ୍ ବୋତଲ ସହିତ ଦୁଇଟି ମୋବାଇଲ ଫୋନ୍ ଏବଂ ୮ହଜାର ୯୭୦ ଟଙ୍କା ଜବତ କରିଛି। ସେହିପରି ସମୁଦ୍ର କୂଳ ଥାନା ପୋଲିସ ୧୧ ଗ୍ରାମ୍ ବ୍ରାଉନ ସୁଗାର ସହିତ ହଜାରେ ଟଙ୍କା ଜବତ କରିଛି। ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ତ୍ରିନାଥ ସେଠୀ ଏବଂ ଚନ୍ଦନ ସିଂକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବାସେଳି ସାହି ଥାନା ପୁଲିସ ୧୧ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତ ଭବାନୀ ଶଙ୍କର ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us