ଅଧାରେ ରହିଗଲା ଜଗା ଦର୍ଶନ । ପୁରୀ ଆସୁଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୩ ମୃତ

Advertisment

ବାଲେଶ୍ବର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ୪୩ ଜଣ ଆହତ । ୧୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ୪୩ ଜଣ ଆହତ । ୧୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

jaga darsan accident

କନକ ବ୍ୟୁରୋ: ବାଲେଶ୍ବର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ୪୩ ଜଣ ଆହତ । ୧୭ ଜଣଙ୍କ ଅବସ୍ଥା ଗୁରୁତର  ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ପୁରୁଷ ଯାତ୍ରୀ ରହିଛନ୍ତି । ଜଳେଶ୍ବର  ୬୦ ନମ୍ବର ଜାତୀୟ ରାଜପଥ ଏକତାଳି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । 

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ସିଦ୍ଧାନ୍ତ ନଗର ଜିଲ୍ଲା ଓ ବଲରାମପୁର ଜିଲ୍ଲାର ୫୭ ଜଣ ତୀର୍ଥ ଯାତ୍ରୀ କ୍ରିଷ୍ଣା ନାମକ ବସ ଯୋଗେ ଗତ ୧୮ ତାରିଖ ଦିନ ତୀର୍ଥଯାତ୍ରା ପାଇଁ ବାହାରି ଥିଲେ । ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ପରେ ଗତକାଲି କଲିକତାରୁ ପୁରୀ ଅଭିମୁଖେ ଜଗା ଦର୍ଶନ ପାଇଁ ଆସୁଥିଲେ । ରାତି ପ୍ରାୟ ସାଢେ ୧୨ଟାରେ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି ନିକଟରେ ବସଟି ଭାରସାମ୍ୟ ହରାଇ ଜାତୀୟ ରାଜପଥର ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ, ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ବସକୁ କାଟି ଚାପି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଘୋଟଣା ସ୍ଥଳରୁ ଜଳେଶ୍ବର ପୋଲିସ ତୀର୍ଥଯାତ୍ରୀ ଏଜେଣ୍ଟ, ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe