କନକ ବ୍ୟୁରୋ : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୁରୀ ପୌରପାଳିକାରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ । ଆଜି ଚତୁର୍ଥ ଦିନରେ ପଥ ଉତ୍ସବରେ ଝୁମିବ ଶ୍ରୀକ୍ଷେତ୍ର । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ସୁଭାଷ ବୋଷ ଛକ ଠାରୁ ହରିହର ଛକ ପର୍ଯ୍ୟନ୍ତ ହେବ ପଥ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୁରୀ ସାଂସଦ ସମ୍ବିତ ପାତ୍ର । ଶ୍ରୀକ୍ଷେତ୍ରକୁ ପ୍ରାୟ ୭ ବର୍ଷ ପରେ ଫେରିଛି ପଥ ଉତ୍ସବ । ନାଚ ଗୀତ, କଳା, ସଂସ୍କୃତି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପୁରୀରେ ଜମିବ ମାହୋଲ। ୩୧ ତାରିଖ ଦିନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମାପ୍ତ ହେବ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସପ୍ତାହ ବ୍ୟାପୀ ଚାଲିଛି କାର୍ଯ୍ୟକ୍ରମ ।