ପୁରୀ ପୌରପାଳିକା ପାଲଟିଛି ଦୁର୍ନୀତିର ଗନ୍ତାଘର ! କାହା ଚାପରେ ଅଟକିଛି ଅଡିଟ୍?

ପୂର୍ବ ସରକାର ଏହି ଦୁର୍ନୀତି ବାବଦରେ ଜାଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ଦେଖାଇନଥିଲେ। ଆଉ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ ସରକାରୀ ବାବୁ। ଯେଉଁଥିପାଇଁ ପରବର୍ତ୍ତୀ ୨ ବର୍ଷର ଅଡିଟ କରିବାକୁ ପଛଘୁଞ୍ଚା ଦେଇଥିଲା ପୁରୀ ପ୍ରଶାସନ।

puri aa

କନକ ବ୍ୟୁରୋ: ପୂର୍ବ ବର୍ଷ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ରାଜ୍ୟ ଲୋକାଲ ଫଣ୍ଡ ଅଡିଟର ନିର୍ଦ୍ଦେଶକ ଲେଖିଥିବା ଚିଠିରେ, ୨୦୧୮-୧୯ରୁ ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ଅଡିଟରୁ ବହୁ ପରିମାଣର ଅର୍ଥ ହେରଫେର ହୋଇଥିବା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଯେଉଁଥିରେ...

  • ଧରାପଡିଥିଲା ଆର୍ଥିକ ଅନିୟମିତତା
  • ଷ୍ଟକ ଓ ଷ୍ଟୋର ମେଳ ଖାଉନଥିଲା
  • ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇ ପଡିଥିଲା 

ପୂର୍ବ ସରକାର ଏହି ଦୁର୍ନୀତି ବାବଦରେ ଜାଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ଦେଖାଇନଥିଲେ। ଆଉ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ ସରକାରୀ ବାବୁ। ଯେଉଁଥିପାଇଁ ପରବର୍ତ୍ତୀ ୨ ବର୍ଷର ଅଡିଟ କରିବାକୁ ପଛଘୁଞ୍ଚା ଦେଇଥିଲା ପୁରୀ ପ୍ରଶାସନ। ପୂର୍ବ ବର୍ଷର ଅଡିଟ୍ ହୋଇ ନଥିବାରୁ ୨୦୨୩-୨୪ ବର୍ଷର ଆର୍ଥିକ ଅଡିଟ୍ ମଧ୍ୟ ସମ୍ଭବପର ହୋଇପାରିନି। ପୁରୀ ଭଳି କୋଣାର୍କ ଏନଏସିରେ ମଧ୍ୟ ଦୁର୍ନୀତିର ସମାନ ଛାପ ଦେଖିବାକୁ ମିଳିଛି। 

କେଳେଙ୍କାରୀ ପଛରେ କରିତକର୍ମା ବାବୁ କିଏ?

୨୦୧୯ରୁ ପୁରୀ ପୌରସଂସ୍ଥାରେ ନିର୍ବାଚିତ କାଉନସିଲ ନାହିଁ। ସେବେଠାରୁ ପ୍ରଶାସନ ହାତରେ ରହିଛି ପୁରୀ ପୌରପାଳିକାର ଦାୟିତ୍ବ। କିନ୍ତୁ ଏହି ସମୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଚିଠିରୁ ସଙ୍କେତ ମିଳିଛି। ଆଉ ଏହାକୁ ବଳ ଦେଇଛି ପ୍ରଶାସନର ସ୍ଥାଣୁତା। ୫ ବର୍ଷରେ ୫ ଜଣ ଜିଲ୍ଲାପାଳଙ୍କ ବଦଳି ହୋଇଛି, କିନ୍ତୁ ଦୁର୍ନୀତିର ଅଡିଟ୍ ପାଇଁ ବାରମ୍ବାର ଚିଠି ହୋଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନାହାନ୍ତି। ଏବେ ବି ଏ ବାବଦରେ ମୁହଁ ଖୋଲିବାକୁ ଜିଲ୍ଲାପାଳ ନାରାଜ ।

ଗତ ୫ ବର୍ଷ ମଧ୍ୟରେ ପୁରୀ ପୌରପାଳିକାରେ ଅନେକ କାମ ହୋଇଛି। କିନ୍ତୁ ଏହାର ହିସାବକିତାବ କାହା ପାଖରେ ନାହିଁ।  ଅଡିଟ୍ ପାଇଁ ସବୁଜ ସଙ୍କେତ ମିଳିଲେ ପୁରୀ ପୌରପାଳିକାରେ ହୋଇଥିବା ଦୁର୍ନୀତି ଉପରୁ କେବଳ ପରଦା ହଟିବନି ବରଂ ଅନେକ ବଡ ବାବୁଙ୍କ ଦୁର୍ନୀତିର ପେଡି ଖୋଲିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe