କନକ ବ୍ୟୁରୋ : ପୁରୀରେ ପୌରସଂସ୍ଥା ଦେଇଥିବା ଲିଜ୍ ଜମିକୁ ନେଇ ବିବାଦ ତୁଟୁନି । ଲିଜ୍ ଅବଧି ଶେଷ ହୋଇଯାଇଥିବାରୁ ଗୃହନିର୍ମାଣ ପ୍ଲାନ୍ ମଞ୍ଜୁର ହେଉନି । ମରାମତି କରିବା ପାଇଁ ମଧ୍ୟ ସ୍ୱୀକୃତି ମିଳୁନି । ଏଣୁ ଦଖଲଦାର ବେଆଇନ ଭାବରେ ମରାମତି ବା ନିର୍ମାଣ କରୁଛି । ଅଭିଯୋଗ ହେବା ପରେ ମାମଲା କୋର୍ଟକୁ ଯାଉଛି । ଥରେ ମାମଲା କୋର୍ଟକୁ ଚାଲିଯିବା ପରେ ପ୍ରଶାସନ ହାତ ମାରି ପାରୁନି ।
ପୁରୀ ପୌରସଂସ୍ଥା ପକ୍ଷରୁ ୫୦୪ ଏକର ଜମି ଲିଜ୍ ସୂତ୍ରରେ ଦିଆଯାଇଛି । କିନ୍ତୁ ଏହା ଭିତରେ ଲିଜ୍ ଅବଧି ଶେଷ ହୋଇଯାଇଛି । ବଡ଼ କଥା ହେଉଛି, ଯେଉଁ ସର୍ତ୍ତରେ ଜମି ନେଇଥିଲେ ସେଥିରୁ ପ୍ରାୟ ୮୦ ପ୍ରତିଶତ ଲୋକ ସର୍ତ୍ତ ମାନି ନାହାନ୍ତି । ଅଧିକାଂଶ ଲୋକ ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । କେତେକ ଲିଜ୍ ଜମିକୁ ବିକ୍ରି ମଧ୍ୟ କରି ଦେଇଛନ୍ତି । ଯାହା ଫଳରେ ମନଇଛା ଗଢ଼ା ଚାଲିଛି ବେଆଇନ ନିର୍ମାଣ । ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।
ଏସବୁ ଜମିକୁ ସମସ୍ତ ନିୟମ ଓ ପ୍ରକ୍ରିୟା ଅନୁସରଣ କରି ୨୦୨୩ ମସିହାରେ ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସ୍ଥିର କରିବାକୁ ଯୋଜନା ହୋଇଥିଲା । ଓଡ଼ିଶା ପୌର ଆଇନ, ୧୯୫୦ କିମ୍ବା ଏପରି ଲିଜ୍ ପ୍ରଦାନ ସମୟରେ ପ୍ରଚଳିତ ଅନ୍ୟ କୌଣସି ଆଇନ ଅନୁଯାୟୀ ପୁରୀ ପୌରପାଳିକା ଦ୍ୱାରା ପୂର୍ବରୁ ଲିଜ୍ ଦିଆଯାଇଥିବା ଜମିର ବନ୍ଦୋବସ୍ତ ପାଇଁ ସଂଶୋଧନ କରାଯିବାକୁ ଯୋଜନା ହୋଇଥିଲା । ହେଲେ ଏହା ପରେ ଆଉ ଫାଇନାଲ୍ ନୋଟିଫିକେସନ ହୋଇ ନାହିଁ । ଏହି ସବୁ ବିବାଦର ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରଶ୍ନ ଉଠୁଛି, ଲିଜର ନବୀକରଣ ହେବ ନ ବାତିଲ ହେବ ? ଜମିକୁ ଫ୍ରି ହୋଲ୍ଡ କରିବେ କି ସରକାର ? କେବେ ଧାର୍ଯ୍ୟ ହେବ ଲିଜ୍ ଜମିର ଦର ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/17/puri-lease-land-dispute-2025-11-17-23-29-43.jpg)