କନକ ବ୍ୟୁରୋ : ଆଜି ଜାତୀୟ ରାଜପଥ ଅବରୋଧ କରିବେ ପୁରୀର ଓକିଲ ସଂଘ । ପୁରୀର ସମସ୍ତ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରକ୍ରିୟା ନେଇ କରାଯିବ ପ୍ରତିବାଦ । ଦିନ ୧୦ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ମାଳତୀପାଟପୁର ସମ୍ମୁଖ ଜାତୀୟ ରାଜପଥରେ ପ୍ରତିବାଦ କରି ରାସ୍ତାରୋକ ସହ ଆନ୍ଦୋଳନ କରିବେ । ସଙ୍ଘର ଶହଶହ ଓକିଲ ଏହି ପ୍ରତିବାଦ କରିବା ସହ ମଧୁରଜଳ ଅଞ୍ଚଳରେ ବେଆଇନ ନିର୍ମାଣ ଉଚ୍ଛେଦ କରାଯାଉ ଆଉ ସେହି ଜାଗାକୁ କିଭଳି କୋର୍ଟ ସ୍ଥାନାନ୍ତର ହେବ ବୋଲି ଦାବି କରିବେ ଓକିଲ ସଂଘ ।
ଅଧିକ ପଢନ୍ତୁ : ରାଜ୍ୟସଭା ତାରିଖ ଘୋଷଣା ପରେ ସରଗରମ ରାଜନୀତି, କାହାକୁ ପ୍ରାର୍ଥୀ କରିବେ ନବୀନ?
ତେବେ ଆଜିକୁ ୩୫୦ଦିନ ଧରି ସତ୍ୟାଗ୍ରହ ଚାଲିଥିବାବେଳେ ପୁରୀ ଜିଲ୍ଲା ଜଜ୍ କୋର୍ଟ ପରିସର ଐତିହ୍ୟ କୋଠା ଆଜିକୁ ୧୬୦ବର୍ଷ ଧରି ଲୋକଙ୍କ ସେବାରେ ରହିଛି । ତେଣୁ ଜିଲ୍ଲା ବିଭକ୍ତି କରଣ ପରେ ଗ୍ରାମ୍ୟ ପରିସର ଓ ବ୍ଲକ ସ୍ତରରେ କୋର୍ଟ ଗଢି ଉଠିଲା । ବର୍ତ୍ତମାନ ପୁରୀ ଜିଲ୍ଲା କୋର୍ଟକୁ ବାଲୁଖଣ୍ଡକୁ ସ୍ଥାନାନ୍ତର ଉଦେଶ୍ୟରେ ପାଞ୍ଚ ଏକର ଜମି ଆଇନ୍ ବିଭାଗକୁ ହସ୍ତାନ୍ତର ହୋଇଛି, ଯାହାକି ସିଆରଜେଡ,ଇକୋ ସେନସିଟିଭ ମଧୁରଜଳ ଅଞ୍ଚଳରେ ଯାଉଛି ବୋଲି ତହସିଲଦାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେଣୁ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରିବା ସହ ବାଲୁଖଣ୍ଡରେ ଗଢି ଉଠିଥିଵା ବେଆଇନ୍ ନିର୍ମାଣ ଉଚ୍ଛେଦ କରିବା ଦାବି ଜାରି ରଖିବ ଜିଲ୍ଲା ଓକିଲ ସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/puri-2026-02-20-08-24-12.jpg)