କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଲଜ୍ଜା । ପାରିକୁଦ ମହୋତ୍ସବରୁ ଯାତ୍ରା ଦେଖି ଜଣେ ଯୁବତୀ ଘରକୁ ଫେରିବା ବେଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ରାତି ୧୨ଟାରେ ଏକ ଅନ୍ଧାରିଆ ରାସ୍ତା କଡ଼କୁ ଜବରଦସ୍ତ ଉଠାଇ ନେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ପରେ କୃଷ୍ଣପ୍ରସାଦ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁରୀ କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଲଜ୍ଜା, ଯାତ୍ରା ଦେଖି ଫେରିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ
/kanak/media/media_files/2025/04/01/sxSFtxi4jrIyOE3MgBL9.jpg)