ଆସ୍ଥାର ଘିଅରେ ଅବିଶ୍ୱାସର ନିଆଁ! ଅସଲି ନା ନକଲି, ହେବ ଯାଞ୍ଚ

Advertisment

ତିରୁପତି ଲଡୁରେ ପଶୁ ଚର୍ବି ଯୁକ୍ତ ଘିଅ ବ୍ୟବହାର ପ୍ରସଙ୍ଗ ସାରା ଦେଶରେ ଆଲୋଡନ ସୃଷ୍ଚି କରିଛି। କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯୋଡି ହୋଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ତିରୁପତି ଲଡୁରେ ପଶୁ ଚର୍ବି ଯୁକ୍ତ ଘିଅ ବ୍ୟବହାର ପ୍ରସଙ୍ଗ ସାରା ଦେଶରେ ଆଲୋଡନ ସୃଷ୍ଚି କରିଛି। କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯୋଡି ହୋଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

qwd

କନକ ବ୍ୟୁରୋ: ତିରୁପତି ଲଡୁରେ ପଶୁ ଚର୍ବି ଯୁକ୍ତ ଘିଅ ବ୍ୟବହାର ପ୍ରସଙ୍ଗ ସାରା ଦେଶରେ ଆଲୋଡନ ସୃଷ୍ଚି କରିଛି। କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯୋଡି ହୋଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଆଉ ଏହାରି ଭିତରେ ଓଡିଶାର ମନ୍ଦିରମାନଙ୍କରେ ବ୍ୟବହାର ହେଉଥିବା ଘିଅର ମାନକୁ ନେଇ  ସୃଷ୍ଟି ହୋଇଛି ସନ୍ଦେହ। 

ତିରୁପତି ଲଢ଼ୁ ବିବାଦ ପରେ ଓଡିଶାରେ ବ୍ୟବହାର ହେଉଥିବା ଘିଅର ମାନକୁ ନେଇ ଅବିଶ୍ବାସ ସୃଷ୍ଟି ହୋଇଛି। ଆମ ମନ୍ଦିରରେ, ପୂଜାପାଠରେ ବ୍ୟବହାର ହେଉଥିବା ଘିଅ ଭଲ ନା ଖରାପ, ଅସଲି ନା ନକଲି, ଅପମିଶ୍ରିତ କି ନୁହେଁ,  ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସନ୍ଦେହ ବଢ଼ୁଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ। ଯେଉଁ ଯେଉଁ ମନ୍ଦିରରୁ ଦାବି ଆସିବ, ସେ ବାବଦରେ ବିଚାର କରାଯିବ ବୋଲି କହିଛନ୍ତି। ଭଗବାନଙ୍କ ନିକଟରେ ଭଲ ଘିଅ ଅର୍ପଣ ହେଉଛି କି ନାହିଁ ସେ ନେଇ ବିଚାର କରାଯିବ ।

ତିରୁପତି ବିବାଦ ପରେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। ଭଗବାନଙ୍କ ନିକଟରେ ଅର୍ପଣ କରାଯାଉଥିବ ଘିଅ ନିମ୍ନମାନର ବୋଲି ସାମାଜିକ କର୍ମୀ ଅଭିଯୋଗ କରିବା ପରେ ଏହାର ମାନ ଯାଂଚ ପାଇଁ ଦାବି କରିଛନ୍ତି ବରିଷ୍ଠ ସେବାୟତ। 

ମାନକୁ ନେଇ ସନ୍ଦେହ ଉପୁଜିବା ପରେ, ବ୍ୟବହାର ହେଉଥିବା ଘିଅର ଯାଂଚ କରିବାକୁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି, ଏନେଇ ସୁଆରମହାସୁଆର ନିଯୋଗ, କୋଠସୁଆର ଓ ଓମଫେଡ୍ ସହ ଆଲୋଚନା କରାଯିବ। ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ଘିଅକୁ ଫୁଡ୍ ସେପ୍ଟି ଅଫିସରଙ୍କ ଦ୍ବାରା କରାଯିବ ଯାଞ୍ଚ।

ଆସ୍ଥା ଓ ବିଶ୍ବାସର ସହ ଶ୍ରଦ୍ଧାଳୁ ଭଗବାନଙ୍କ ନିକଟରେ ଦୀପ ଟିଏ ଜାଳିଥାଏ। କିନ୍ତୁ ସେହି ଆସ୍ଥା ଓ ବିଶ୍ବାସର ଘିଅକୁ ନେଇ ଯେତେବେଳେ ସନ୍ଦେହ ସୃଷ୍ଟି ହୋଇଛି ସେତେବେଳେ ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ପହଁଚାଇଛି। ତେଣୁ ଘିଅର ଯାଂଚ ଜରୁରୀ ହୋଇ ପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe