ଶ୍ରୀମନ୍ଦିରକୁ ରେଡ୍‌ ଜୋନ୍ ଘୋଷଣା କଲା ଡିଜିସିଏ ; ବାରମ୍ବାର ଡ୍ରୋନ୍ ଉଡ଼ିବା ପରେ ମ୍ୟାପ୍‌ରେ ରେଡ୍‌ ଜୋନ୍ ଚିହ୍ନଟ

ରେଡ୍ ଜୋନ୍ ପରିସର ହେଲା ପୁରୀ ଶ୍ରୀମନ୍ଦିର । ଡିଜିସିଏ ମ୍ୟାପରେ ଯୋଡ଼ି ହେଲା ଶ୍ରୀମନ୍ଦିର । ଡିଜିସିଏର ଏୟାର ସ୍ପେସ୍‌ ମ୍ୟାପରେ ଶ୍ରୀମନ୍ଦିର ଚତୁପାର୍ଶ୍ୱକୁ ରେଡ୍ ଜୋନ୍ ଦର୍ଶାଯାଇଛି ।

17

କନକ ବ୍ୟୁରୋ : ରେଡ୍ ଜୋନ୍ ପରିସର ହେଲା ପୁରୀ ଶ୍ରୀମନ୍ଦିର । ଡିଜିସିଏ ମ୍ୟାପରେ ଯୋଡ଼ି ହେଲା ଶ୍ରୀମନ୍ଦିର । ଡିଜିସିଏର ଏୟାର ସ୍ପେସ୍‌ ମ୍ୟାପରେ ଶ୍ରୀମନ୍ଦିର ଚତୁପାର୍ଶ୍ୱକୁ ରେଡ୍ ଜୋନ୍ ଦର୍ଶାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ରେଡ୍ ଜୋନ୍‌ରେ ଥିଲେ ହେଁ, ଡିଜିସିଏ ମ୍ୟାପ୍‌ରେ ଦର୍ଶାଯାଇ ନଥିଲା । ତେବେ ରେଡ୍ ଜୋନ୍ ସୂଚନା ପାଇବା ପରେ ଡ୍ରୋନ୍ ଉଡାଣ ବିଷୟରେ ଜାଣି ପାରିବେ ବାହାରୁ ଆସୁଥିବା ୟୁଟ୍ୟୁବର୍ । 

ବିଭିନ୍ନ ସମୟରେ ଡ୍ରୋନ୍ ଉଡାଣ ନିଷିଦ୍ଧ ହୋଇଥିଲେ ହେଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଉଡୁଛି ଡ୍ରୋନ । ଗତକାଲି ମଧ୍ୟ ଡ୍ରୋନ୍ ଉଡାଉଥିବା ନେଇ ବାହାର ରାଜ୍ୟର ଜଣେ ୟୁଟ୍ୟୁବର ପୁରୀ ପୁଲିସ ହାତରେ ଧରା ପଡ଼ିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe