କନକ ବ୍ୟୁରୋ : ରେଡ୍ ଜୋନ୍ ପରିସର ହେଲା ପୁରୀ ଶ୍ରୀମନ୍ଦିର । ଡିଜିସିଏ ମ୍ୟାପରେ ଯୋଡ଼ି ହେଲା ଶ୍ରୀମନ୍ଦିର । ଡିଜିସିଏର ଏୟାର ସ୍ପେସ୍ ମ୍ୟାପରେ ଶ୍ରୀମନ୍ଦିର ଚତୁପାର୍ଶ୍ୱକୁ ରେଡ୍ ଜୋନ୍ ଦର୍ଶାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ରେଡ୍ ଜୋନ୍ରେ ଥିଲେ ହେଁ, ଡିଜିସିଏ ମ୍ୟାପ୍ରେ ଦର୍ଶାଯାଇ ନଥିଲା । ତେବେ ରେଡ୍ ଜୋନ୍ ସୂଚନା ପାଇବା ପରେ ଡ୍ରୋନ୍ ଉଡାଣ ବିଷୟରେ ଜାଣି ପାରିବେ ବାହାରୁ ଆସୁଥିବା ୟୁଟ୍ୟୁବର୍ ।
ବିଭିନ୍ନ ସମୟରେ ଡ୍ରୋନ୍ ଉଡାଣ ନିଷିଦ୍ଧ ହୋଇଥିଲେ ହେଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଉଡୁଛି ଡ୍ରୋନ । ଗତକାଲି ମଧ୍ୟ ଡ୍ରୋନ୍ ଉଡାଉଥିବା ନେଇ ବାହାର ରାଜ୍ୟର ଜଣେ ୟୁଟ୍ୟୁବର ପୁରୀ ପୁଲିସ ହାତରେ ଧରା ପଡ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/11/17-2025-10-11-13-08-12.jpg)