କନକ ବ୍ୟୁରୋ : ଗୋଟିଏ ପଟେ ଭୁବନେଶ୍ବର ଏମ୍ସ ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ଏହାରି ଭିତରେ ଶନିବାର ରାତିରେ ଏମ୍ସ ପରିସରରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ନାରାବାଜି ସହ ମୁହାଁମୁହିଁ ହୋଇଛନ୍ତି ୩ ଦଳର କର୍ମୀ । ତାଳି ମାରି ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଛି । ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଶାସକ ଦଳ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି ।
ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଶନିବାର ରାତିରୁ ଏମ୍ସ ବର୍ଣ୍ଣ ସେଣ୍ଟର ଓ ଏହାର ଚାରିପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଏନଏସ ୧୬୩ ଧାରା ଜାରି କରାଯାଇଛି । ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହିତ ଏଠାରେ ପୁଲିସର ଅସ୍ଥାୟୀ କ୍ୟାମ୍ପ ନିର୍ମାଣ କରାଯାଇଛି । ଯେଉଁମାନେ ରୋଗୀଙ୍କୁ ଦେଖା କରିବାକୁ ଚାହୁଛନ୍ତି ସେମାନେ ଗୋଷ୍ଠୀଗତ ଭାବେ ଏଠାକୁ ଆସି ପାରିବେ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । କେହି ଦେଖା କରିବାକୁ ଚାହୁଥିଲେ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ହୋଇ ଆସିପାରିବେ ନଚେତ ହେଲ୍ଥ ବୁଲେଟିନ ମଗାଇପାରିବେ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/20/163-section-2025-07-20-07-49-48.jpg)