ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁନି ପୁରୀ, ରଥଯାତ୍ରା ସରିଲେ ବର୍ଷ ସାରା ମାନ୍ଦା

ପୁରୀରେ ହୋଟେଲ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ବର୍ଷରେ ୩୮ଟି ହୋଟେଲ ନିର୍ମାଣ ହୋଇଛି। କିନ୍ତୁ ବିଦେଶୀ ପର୍ଯ୍ୟଟକ କମୁଛନ୍ତି। ଟୁର୍‌ ଅପରେଟରଙ୍କ କହିବା କଥା ଶ୍ରୀମନ୍ଦିରରେ ବିଦେଶୀଙ୍କୁ ଅନୁମତି ନାହିଁ, ବେଳାଭୂମିରେ ଗହଳି ନଥିବା ପର୍ଯ୍ୟାପ୍ତ ସ୍ଥାନ ପ୍ରସ୍ତୁତ ହୋଇ ପାରୁନାହିଁ । ଫଳରେ ପୁରୀ ତୁଳନାରେ କୋଣାର୍କ ଓ ଚିଲିକା ବିଦେଶୀ ପର୍ଯ୍ୟଟକଙ୍କୁ  ଆକୃଷ୍ଟ କରୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହୋଟେଲ ମାଲିକ । 

37

କନକ ବ୍ୟୁରୋ : ବିଦେଶୀ ପର୍ଯ୍ୟଟକଙ୍କୁ  ଆକର୍ଷିତ କରିପାରୁନି ଓଡ଼ିଶା ପର୍ଯ୍ୟଟନର  ପ୍ରାଣକେନ୍ଦ୍ର ପୁରୀ। ରିଲିଜିଅସ ଟୁରିଜିମ୍‌ ପ୍ରତି ବଢୁଛି ବିଦେଶୀ ଆକର୍ଷଣ । ରଥଯାତ୍ରା ଭଳି ଧାର୍ମିକ ଉତ୍ସବ ଶେଷ ହେଲେ, ବର୍ଷ ସାରା ମାନ୍ଦା ରହୁଛି ପର୍ଯ୍ୟଟନ । 

ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନି ଐତିହ୍ୟ ନଗରୀ ଶ୍ରୀକ୍ଷେତ୍ର । ରଥଯାତ୍ରା ସରିଲେ ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ଗହଳି ଲାଗୁନି। ରିଲିଜିୟସ ଟୁରିଜିମ୍‌ ପ୍ରତି ଆଗ୍ରହ ବଢ଼ିଛି, କଲ୍ଚରାଲ୍‌ ଓ ଇକୋ ଟୁରିଜିମ୍‌ ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ହୋଇ ପାରୁନି । ୨୦୨୩ ପର୍ଯ୍ୟଟନ ବୁଲେଟିନ ଅନୁଯାୟୀ ବଢ଼ିଛନ୍ତି ଦେଶୀୟ ପର୍ଯ୍ୟଟକ, କମିଛନ୍ତି ବିଦେଶୀ । ରଥଯାତ୍ରା ଭଳି ଧାର୍ମିକ ଉତ୍ସବକୁ ଛାଡି ଦେଲେ ବର୍ଷ ସାରା ମାନ୍ଦା ରହୁଛି ପର୍ଯ୍ୟଟକ ନଗରୀ ପୁରୀ।

ପୁରୀରେ ହୋଟେଲ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ବର୍ଷରେ ୩୮ଟି ହୋଟେଲ ନିର୍ମାଣ ହୋଇଛି। କିନ୍ତୁ ବିଦେଶୀ ପର୍ଯ୍ୟଟକ କମୁଛନ୍ତି। ଟୁର୍‌ ଅପରେଟରଙ୍କ କହିବା କଥା ଶ୍ରୀମନ୍ଦିରରେ ବିଦେଶୀଙ୍କୁ ଅନୁମତି ନାହିଁ, ବେଳାଭୂମିରେ ଗହଳି ନଥିବା ପର୍ଯ୍ୟାପ୍ତ ସ୍ଥାନ ପ୍ରସ୍ତୁତ ହୋଇ ପାରୁନାହିଁ । ଫଳରେ ପୁରୀ ତୁଳନାରେ କୋଣାର୍କ ଓ ଚିଲିକା ବିଦେଶୀ ପର୍ଯ୍ୟଟକଙ୍କୁ  ଆକୃଷ୍ଟ କରୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହୋଟେଲ ମାଲିକ । 

ଶ୍ରୀକ୍ଷେତ୍ରରେ ଭିତ୍ତିଭୂମି ବଢ଼ିଛି, ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢିଛି । କିନ୍ତୁ ବିଦେଶୀ ବିମୁଖ ହେବା ଚିନ୍ତା ବଢ଼ାଇଛି । ବିଦେଶରେ ପ୍ରଚାର ପ୍ରସାର ଅଭାବକୁ ଦାୟୀ କରିଛନ୍ତି ହୋଟେଲିଅର୍ ଓ ଟୁର୍ ଅପରେଟର୍। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe