ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ ; ପୂର୍ବତନ ବିଧାୟକ ବି ସାମିଲ

ପ୍ରତାପ ଦେବଙ୍କ ବାସଭବନରେ ପୁରୀ ନେତାଙ୍କ ବୈଠକ । ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସହ ପୁରୀ ଜିଲ୍ଲାର ସବୁ ନେତା ସାମିଲ । ପୂର୍ବତନ ବିଧାୟକଙ୍କ ସହ ବି ଆଲୋଚନା। 

Pratap dev

Pratap dev Photograph: (KanakNews)

କନକ ବ୍ୟୁରୋ:  ଶେଷ ହେଲା ପୁରୀ ଜିଲ୍ଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ତୃଣମୂଳ ସ୍ତରର ସଂଗଠନ ତଥା ବ୍ଲକ ସଭାପତି ଚୟନ ନେଇ ହେଲା ଆଲୋଚନା । ପୁରୀ ଜିଲ୍ଲାର ଦଳୀୟ ନେତୃତ୍ବଙ୍କ ମଧ୍ୟରେ ଭିତିରି ବିବାଦ ବିଷୟରେ ଆଲୋଚନା ହୋଇଥିବା ସୂଚନା ରହିଛି । ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୁରୀ ବିଧାୟକ ସୁନୀଲ ମହାନ୍ତି ଯୋଗ ନଦେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । 
 
ବିଜେଡି ଦଳରେ କୌଣସି ଆଭ୍ୟନ୍ତୀଣ ନଥିବା ସଫେଇ ଦେବା ସହିତ ନବୀନ ଆମର ଏକମାତ୍ର ନେତା ଏବଂ ତାଙ୍କ ନେତୃତ୍ବରେ ସମସ୍ତେ ଏକ ହୋଇ କାମ କରୁଥିବା କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଦଳରେ ନେତାଙ୍କ ଅସନ୍ତୋଷକୁ ମଧ୍ୟ ଆଡ଼େଇ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe