କନକ ବ୍ୟୁରୋ : ପୁରୀରେ ଶ୍ରୀଜଗନ୍ନାଥ ଗ୍ରୀନ୍‌ ଫିଲ୍ଡ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ସିପସରୁବାଲି ମୌଜାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି  l ପ୍ରାୟ ୧ହଜାର ୯୬ ଏକର ଜମି ଅଧିଗ୍ରହଣ ନେଇ ଜନ ଶୁଣାଣି ହୋଇଥିଲା । ଏଥିରେ ବିସ୍ଥାପିତ ମାନେ ଭାଗ ନେଇଥିଲେ । ବିମାନ ବନ୍ଦର ନିର୍ମାଣକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପାଇଥିବାବେଳେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ, ଉପଯୁକ୍ତ କ୍ଷତିପୂରଣ ମିଳିବା ନେଇ ଦାବି ହୋଇଥିଲା । ପ୍ରଭାବିତ ପରିବାରର ଜମି ଅଧିଗ୍ରହଣ ଓ ସେମାନଙ୍କର ଥଇଥାନକୁ ନଜରରେ ରଖି ସରକାର ପଦକ୍ଷେପ ନେବାକୁ ପ୍ରଭାବିତ ମୌଜାର ଲୋକମାନେ ମତ ରଖିଥିଲେ । ବିମାନ ବନ୍ଦର ପ୍ରତିଷ୍ଠା କୁ କିଛି ଜଣ ସ୍ୱାଗତ କରିଥିବାବେଳେ ଅନ୍ୟ କିଛି ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ସରକାରଙ୍କ ପ୍ରାବଧାନ ଅନୁସାରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।