କନକବ୍ୟୁରୋ : ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା । ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ବିଜେଡି ୭ ତାରିଖ ଗୁରୁବାର ଦିନ ପୁରୀ ବନ୍ଦ ଡାକରା ଦେଇଛି। ୭ ତାରିଖ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ। ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି ।
ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପୋଲିସର ତଦନ୍ତ ଉପରେ ବିଜେଡି ପ୍ରଶ୍ନ ଉଠାଇଛି । ଘଟଣାର ସତ୍ୟାସତ୍ୟ ସରକାର ଶୀଘ୍ର ଉନ୍ମୋଚନ କରିବାକୁ ଦଳ ଦାବି କରିଛି । ସେପଟେ ରାଜଧାନୀରେ ଯୁବ କଂଗ୍ରେସର ଆନ୍ଦୋଳନ। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଯୁବ କଂଗ୍ରେସ ଆନ୍ଦୋଳନ କରିଛି ।
ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ କରିଛନ୍ତି। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହେଇଛନ୍ତି ଯୁବ କଂଗ୍ରେସର କର୍ମୀ। କେବଳ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବି ନୁହେଁ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ବିରୋଧରେ ମଧ୍ୟ ଗର୍ଜିଛନ୍ତି କଂଗ୍ରେସ କର୍ମୀ। ଧର୍ମଶାଳା ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ଯୁବ କଂଗ୍ରେସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/04/26-2025-08-04-13-31-40.jpg)