କନକ ବ୍ୟୁରୋ : ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ଉପରେ ଗତ ମେ' ମାସରେ ମୋହର ମାରିଥିଲା କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟ । ପୁରୀରେ ଚିହ୍ନଟ ହୋଇଥିବା ଜମିର ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ  ପହଂଚିଥିଲା । କିନ୍ତୁ କେଁ ପୂରାଇଛନ୍ତି  କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରାଳୟର ଫରେଷ୍ଟ ଆଡଭାଇଜରି  କମିଟି । ଯାହା ଦ୍ୱାରା ଅନିଶ୍ଚିତତାରେ ପୁରୀ ବିମାନବନ୍ଦର । ଚିଠିରୁ ଜଣାପଡୁଛି - ଫରେଷ୍ଟ ଆଡଭାଇଜରି କମିଟି ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ଆପତ୍ତି ଉଠାଇଛି । ଜମି ଅଧିଗ୍ରହଣ ହେଲେ ଡଲଫିନ, ବିଦେଶୀ ପକ୍ଷୀ ଓ ଅଲିଭରିଡ୍‌ଲେ କଇଁଛଙ୍କ ଉପରେ ବିପଦ ରହିଛି । ସେପଟେ ଜଙ୍ଗଲ ଓ ପରିବେଶ  ମନ୍ତ୍ରୀ କହିଛନ୍ତି, ବିମାନବନ୍ଦର ନିର୍ମାଣ ହେଲେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯିବ। 

Advertisment

ପୁରୀରେ ବିମାନ ଚଳାଚଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗବେଷକ ଓ ପରିବେଶବିତ । ବିମାନ ବନ୍ଦର ହେଲେ କଇଁଛଙ୍କ ପ୍ରଜନନ, ବିଦେଶୀ ପକ୍ଷୀ ଓ ଅଲିଭରିଡଲେ କଇଁଛଙ୍କ ଉପରେ ଅନେକ ପ୍ରଭାବ ପଡିବା ସହିତ ଶ୍ରୀମନ୍ଦିର ଉପରେ ମଧ୍ୟ ପ୍ରଭାବ ପଡିବ ।

ଦେଶର ପ୍ରମୁଖ ବଡ଼ ସହରରୁ ପୁରୀକୁ ବିମାନ ଚଳାଚଳ କରିବ । ଏଥିପାଇଁ ୩ ଟି ପର୍ଯ୍ୟାୟରେ ୫ ହଜାର ୬୩୧ କୋଟି ଖର୍ଚ୍ଚ ହେବ । ପ୍ରତିବର୍ଷ ୪୬ ଲକ୍ଷ ଯାତ୍ରୀ ଯାତାୟାତ  କରିବେ । ୧୧୬୪ ଏକର ଜମିରେ ନିର୍ମାଣ ହେବ ପୁରୀ ବିମାନବନ୍ଦର ।