କନକବ୍ୟୁରୋ: ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ। ସକାଳ ୯ଟା ୨୨ ମିନିଟରେ ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ସେପଟେ ବଲାଙ୍ଗୀର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କ ନିକଟରେ ମଧ୍ୟ ଲାଗି ହୋଇଛି ନବାନ୍ନ । ଘଣ୍ଟ ଘଣ୍ଟା, ଢୋଲ ମାଦଳ ସହ ମନ୍ତ୍ର ଧ୍ୱନି ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠିଛି ସାରା ପରିବେଶ।
ମାଆଙ୍କ ନିକଟରେ ନବାନ୍ନ ଲାଗି ପରେ ଆରମ୍ଭ ହୋଇଛି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ । ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଇଲେ ପିଲାଠୁ ବୁଢା। ଜୁହାର ଭେଟ ପରମ୍ପରା ଅନୁଷ୍ଠିତ ହେବା ସହିତ ଢୋଲ ନିଶାନ ତାସାର ତାଳେ ତାଳେ ଝୁମୁଛି ସାରା ପଶ୍ଚିମ ଓଡିଶା। ନୂଆଁଖାଇ ଅବସରରେ ପ୍ରତି ପରିବାରର ନିଜ ନିଜ ଇଷ୍ଟଙ୍କୁ ନୂଆ ଭୋଗ ଲାଗି କରିବାର ପରମ୍ପରା ରହିଛି। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବା ସହିତ ପରିବାରର ସଦସ୍ୟ ମାନେ ନୂଆ ପୋଷାକ ପରିଧାନ କରି ଏକାଠି ବସି ନୂଆଁ ଅନ୍ନ ଖାଇବା ସହିତ ପରସ୍ପରକୁ ଶୁଭେଛା ଜଣାଇଥାନ୍ତି। ସେପଟେ ସୁନ୍ଦରଗଡ଼ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ସାମିଲହେଲେ ରାଜା ପରିବାର ସଦସ୍ୟ। ଏକାଠୀ ବସି ନବାନ୍ନ ଖାଇଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/FFM0db8XS2pGtpEJ3HcS.jpg)