କନକ ବ୍ୟୁରୋ: ପୁରୀ ସାକ୍ଷୀଗୋପାଳର ଜୟା ଢାବାର ଭିଡିଓ ଭାଇରାଲ ପରେ ସାକ୍ଷୀଗୋପାଳର ଅନ୍ୟ ହୋଟେଲ ମାଲିକ ଏବେ ଚିନ୍ତାରେ। ନା ଆସୁଛନ୍ତି ଲୋକେ, ନା ହେଉଛି ବେପାର । ପ୍ରତ୍ୟେକ ଦିନ ଫୋପଡ଼ା ହେଉଛି ରନ୍ଧା ଖାଦ୍ୟ ଆଉ କ୍ଷତି ସହୁଛନ୍ତି ହୋଟେଲ ମାଲିକ।
ସାତଶଙ୍ଖଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଛୋଟବଡ଼ ହୋଇ ପ୍ରାୟ ୨୦ଟି ହୋଟେଲ ଓ ଢାବା ରହିଛି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଥିବା ଏହି ହୋଟେଲରେ ସବୁବେଳେ ଗ୍ରାହକଙ୍କ ଭିଡ଼ ଲାଗିଥାଏ। ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ଖାଉଥିଲେ । ହେଲେ ଏବେ ସବୁ ହୋଟେଲ ଖାଁ ଖାଁ । ହୋଟେଲ ପାଖରେ ଅଟକୁନି ଗାଡ଼ି, ଆସୁନାହାନ୍ତି ଗ୍ରାହକ। ତେଣୁ ପ୍ରତିଦିନ ଖାଦ୍ୟ ଫିଙ୍ଗା ଯାଉଛି ଏବଂ ମାଲିକ ହଜାର ହଜାର ଟଙ୍କାର କ୍ଷତି ସହୁଛନ୍ତି ।
ତେବେ ଛୋଟ ଢାବାରେ ଦୈନିକ ୧୦ରୁ ୨୦ ହଜାର ଟଙ୍କାର କାରବାର ହେଉଥିଲା । ସେହିଭଳି ବଡ଼ ଢାବା ଓ ହୋଟେଲରେ ୬୦ ହଜାର ପର୍ଯ୍ୟନ୍ତ ବେପାର ହୋଇଥାଏ। ଶହେରୁ ଅଧିକ କର୍ମଚାରୀ ଏହି ହୋଟେଲ ଆଉ ଢାବାରେ କାମ କରି ପେଟ ପୋଷିଥାନ୍ତି। ହେଲେ ଜୟା ଢାବା ଭିଡ଼ିଓ ଭାଇରାଲ ହେବା ପରେ ହୋଟେଲ ବେପାର ଦେବାଳିଆ ହୋଇଛି। ଅନେକ ହୋଟେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲେଣି। ତେଣୁ ଏମିତି ହେଲେ ଏଠାରେ କାମ କରୁଥିବା କର୍ମଚାରୀ ରୋଜଗାର ହରାଇବାର ଆଶଙ୍କା ଉପୁଜିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/14/MoYkhlCZv7GvdTSOXArj.jpg)