ପୁଞ୍ଜିଲାଲକୁ  ଆଜୀବନ ଜେଲ୍ ସଜା  ; ୭ ବର୍ଷ ପରେ ଆସିଲା ନ୍ୟାୟ

ବଡ ଖବର! ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ କାରାଦଣ୍ଡ । ଦଣ୍ଡ ଘୋଷଣା କଲେ  ପାଟଣାଗଡ଼ ଏଡିଜେ କୋର୍ଟ ।

Life emprisonment

Life emprisonment Photograph: (KanakNews)

କନକ ବ୍ୟୁରୋ: ଏବେକାର ବଡ ଖବର ।  ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ  ଜେଲ୍ ଦଣ୍ଡ । ସବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚପରଖିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । 

ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ପୁଅ ସୌମ୍ୟ ଶେଖରଙ୍କ ଉପରେ ସାଜିଥିଲା ଦାଉ । ସୌମ୍ୟଙ୍କ ବିବାହ ଭେଟିରେ ପଠାଇଥିଲା ପାର୍ସଲ ଉପହାର, ଯେଉଁଥିରେ ଥିଲା ବିସ୍ଫୋରକ । ଦୁଇ ନବ ବିବାହିତ ଦମ୍ପତିଙ୍କ ସହ ପରିବାର ଲୋକେ ସବୁ ଉପହାର ଖୋଲି ଦେଖୁଥିବାବେଳେ ଏହି ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସୌମ୍ୟ ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିବାବେଳେ ସୌମ୍ୟଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe