ପୁଞ୍ଜିଲାଲ କନକ ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୁଞ୍ଜିଲାଲ । ଦୋଷୀ ସାବ୍ୟସ୍ତ କଲେ ପାଟଣାଗଡ଼ ଏଡିଜେ କୋର୍ଟ । ୭ ବର୍ଷ ପରେ ପ୍ରକାଶ ପାଇଛି ରାୟ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ହେଲେ ଦଣ୍ଡ କ’ଣ ମିଳିଛି ତାହା ଏଯାଏ ଜଣାପଡ଼ିନାହିଁ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କ’ଣ ଦଣ୍ଡ ମିଳିବ ତାହା ଜାଣିବାକୁ ସମସ୍ତଙ୍କ ମଧ୍ୟରେ ଆଗ୍ରହ ।
୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାର ଆକାରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ସୌମ୍ୟ ଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ପାର୍ସଲ ବୋମା ପଠାଇଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।