ସିଦ୍ଧୁ ମୁସେୱାଲାଙ୍କ ପରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ଆଉ ଜଣେ ଗାୟକଙ୍କୁ ହତ୍ୟା କରିବାର ଉଦ୍ୟମ ସୂଚନା ଆସିଛି । କାନାଡାରେ ପଞ୍ଜାବୀ ସିଙ୍ଗରଙ୍କ ବଙ୍ଗଳା ଉପରକୁ ଫାୟାରିଂ କରିବାର ମାମଲା ସାମ୍ନାକୁ ଆସିଛି । କିଛି ଅଜ୍ଞାତ ଦୁର୍ବୁତ୍ତ ପ୍ରେମ୍ ଢିଲ୍ଲୋଙ୍କ ବଙ୍ଗଳା ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଘଟଣା ୩ ଫେବୃଆରୀର ବୋଲି କୁହାଯାଉଛି । ସୁରକ୍ଷା ଏଜେନ୍ସି ଏନେଇ ଜୟପାଲ୍ ଭୁଲ୍ଲର ଗ୍ୟାଙ୍ଗ୍ ଉପରେ ସନ୍ଦେହ କରୁଥିବା ବେଳେ ଏହାକୁ ସତ ବୋଲି ଅପରାଧୀ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ସୂଚନା ଦେଇଛନ୍ତି । 

Advertisment
prem
prem Photograph: (google)

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ , ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ପୋଷ୍ଟରେ ଫାୟାରିଂ ଜେଣ୍ଟା ଖରଡ କରିଥିବା କଥା କୁହାଯାଇଛି । ଜେଣ୍ଟା ଖରଡ ଜୟପାଲ୍ ଭୁଲ୍ଲର ଗ୍ୟାଙ୍ଗ୍ ର ସଦସ୍ୟ ହୋଇଥିବା ବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହୁଛି । ଜେଣ୍ଟାକୁ ଖାଲିସ୍ଥାନୀ ଆତଙ୍କୀ ଅର୍ଶ ଡଲ୍ଲାର ନିକଟବର୍ତ୍ତୀ ସହଯୋଗୀ ବୋଲି ମଧ୍ୟ କୁହାଯାଉଛି । 

sidhu
sidhu Photograph: (google)

ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ , ‘ ଆମେ ଅନେକ ଥର ପ୍ରେମ୍ ଢିଲ୍ଲୋଙ୍କ ଚାପ୍ଟର ବନ୍ଦ କରିବାକୁ ଚେଷ୍ଟା କରିଛୁ । ପ୍ରଥମେ ସିଦ୍ଧୁ ମୁସେୱାଲା ସହ ସେ ସାମ୍ନାକୁ ଆସିଥିଲା । କିନ୍ତୁ ସିଦ୍ଧୁଙ୍କ ମୃତ୍ୟୁରେ ମଜା ଉଡାଇ ସହାନୁଭୂତି ସାଉଁଟିବା ପାଇଁ ଗୀତ ଲେଖିଥିଲା ଏ ଗାୟକ । ଆମେ ଏବେ କେବଳ ଡରାଇବା ପାଇଁ ଫାୟାରିଂ କରିଛୁ ଆଉ ଶେଷଥର ପାଇଁ ଚେତାବନୀ ଦେଉଛୁ । ଯଦି ତୁମେ ଏବେ ବି ନ ସୁଧୁର ତାହେଲେ ତୁମେ ଯୁଆଡେ ବି ଯାଅ ଆମ ନଜରରୁ ବଞ୍ଚିପାରିବ ନାହିଁ । ଆମେ ତୁମକୁ ମାରି ଦେଖାଇଦେବୁ । ସିଦ୍ଧୁ ତୁମ ଭଳି ଜଣେ ସାପକୁ ନିଜ ପାଖରେ ପାଳିଥିଲେ । ତୁମ ଭଳି ସାଙ୍ଗ ରହିବା ଯାହା ଶତ୍ରୁକୁ ପାଖରେ ରଖିବା ତାହା । ନିଜ ଜୁଇ ରେଡ୍ଡି ରଖ ।’

fgh
fgh Photograph: (google)

ଆପଣଙ୍କୁ କହିରଖୁଛୁ ବୁଟ୍ କଟ୍ , ଓଲ୍ଡ ସ୍କୁଲ୍ , ମାଝା ବ୍ଲକ୍ ଭଳି ଫେମସ୍ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଛନ୍ତି ଗାୟକ ପ୍ରେମ ଢିଲ୍ଲୋ । ତାଙ୍କ ଉପରେ ଏଭଳି ଆକ୍ରମଣ ହେବା କଥା ଶୁଣି ଏବେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ଡରରେ ଅଛି । ଗତବର୍ଷ ସେପ୍ଟେମ୍ବରରେ କାନାଡାର ବେକୁବରରେ ସିଙ୍ଗର୍ ଏପି ଢିଲ୍ଲୋଙ୍କ ଘର ବାହାରେ ମଧ୍ୟ ଗୁଳିବର୍ଷା ହୋଇଥିଲା । ସେତେବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରୋହିତ୍ ଗୋଦାରା ଆକ୍ରମଣ କରିଥିବା ନେଇ ମାନିଥିଲେ । ନଭେମ୍ବର ୨୦୨୩ ରେ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ କାନାଡାରେ ଗିପ୍ପି ଗ୍ରେବାଲଙ୍କ ଘର ଉପରେ ମଧ୍ୟ ଫାୟାରିଂ କରିଥିଲେ  । 

moosewala
moosewala Photograph: (google)