ପାକିସ୍ତାନରୁ ଭାରତ ନିଶା କାରବାରର ବଡ ରାଗେଟ୍; ପର୍ଦ୍ଦାଫାଶ କଲା ପଞ୍ଜାବ ପୋଲିସ

ପଞ୍ଜାବ ପୋଲିସକୁ ବଡ଼ ସଫଳତା । ୧୦୫ କେଜି ହେରୋଇନ ସହ ବିଦେଶୀ ପିସ୍ତଲ ଜବତ । ଜଳମାର୍ଗ ଦେଇ ପାକିସ୍ତାନରୁ ଚାଲିଥିଲା ନିଶା କାରବାରର ରାକେଟ୍‌ । ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

17pak

କନକ ବ୍ୟୁରୋ: ପାକିସ୍ତାନରୁ ଭାରତ ନିଶା କାରବାରର ଏକ ବଡ଼ ରାକେଟର ପର୍ଦାଫାସ କରିଛି ପଞ୍ଜାବ ପୁଲିସ । ୧୦୫ କିଲୋ ହେରୋଇନ୍ ଏବଂ ୩୨ କେଜି କଫିନ୍ ଡ୍ରଗ୍ସ ସହ  ୫ ଟି ବିଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ । ଏଥିସହ ଭାରତକୁ ବେଆଇନ ଭାବେ ପ୍ରବେଶ କରୁଥିବା ଜଣେ ବଦେଶୀ ସ୍ମଗଲରର ଦୁଇ ସହଯୋଗୀ ନଭପ୍ରୀତ ସିଂ ଓ ନାଭ ଭୁଲାରଙ୍କ ଗିରଫ କରାଯାଇଛି । 

ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରି ସଫଳତା ପାଇଛି ପଞ୍ଜାବ ପୁଲିସ । ଜଳପଥ ନେଇ ବେଆଇନ ଭାବେ ପାକିସ୍ତାନରୁ ଭାରତକୁ ଡ୍ରଗ୍ସ ଚାଲାଣ କରାଯାଉଥିଲା ବୋଲି ପଞ୍ଜାବ ଡିଜିପି କହିଛନ୍ତି । ରବର ଟ୍ୟୁବ୍ ମାଧ୍ୟମରେ ଡଙ୍ଗା ପ୍ରସ୍ତୁତ କରି କୋକେନ, ହେରୋଇନ ଆଦି ଡ୍ରଗ୍ସ ଚାଲାଣ କରାଯାଉଥିଲା । ପୁଲିସ ଟ୍ୟାୟାରରେ ବ୍ୟବହୃତ ହେଉଥିବା କିଛି ଟ୍ୟୁବ୍ ମଧ୍ୟ ଜବତ କରିଛି । ପଞ୍ଜାବରେ ନିଶା କାରବାର ବ୍ୟାପୀବା ପଛରେ ପାକିସ୍ତାନ ବଡ଼ ଭୂମିକା ରହିଛି । ତେବେ ଏହି ମାମଲାରେ ଆଉ କିଛି ଲିଙ୍କ୍ ନେଇ ପଞ୍ଜାବର ସ୍ପେଶାଲ ଅପରେସନ୍ ସେଲ ଅଧିକ ତଦନ୍ତ ଚଳାଇଛି । ଏସମ୍ପର୍କରେ ସୂଚନା ଦେଇ ଆଉ କିଛି ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି ପଞ୍ଜାବ ଡିଜିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe