କନକ ବ୍ୟୁରୋ: ପାକିସ୍ତାନରୁ ଭାରତ ନିଶା କାରବାରର ଏକ ବଡ଼ ରାକେଟର ପର୍ଦାଫାସ କରିଛି ପଞ୍ଜାବ ପୁଲିସ । ୧୦୫ କିଲୋ ହେରୋଇନ୍ ଏବଂ ୩୨ କେଜି କଫିନ୍ ଡ୍ରଗ୍ସ ସହ ୫ ଟି ବିଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ । ଏଥିସହ ଭାରତକୁ ବେଆଇନ ଭାବେ ପ୍ରବେଶ କରୁଥିବା ଜଣେ ବଦେଶୀ ସ୍ମଗଲରର ଦୁଇ ସହଯୋଗୀ ନଭପ୍ରୀତ ସିଂ ଓ ନାଭ ଭୁଲାରଙ୍କ ଗିରଫ କରାଯାଇଛି ।
ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରି ସଫଳତା ପାଇଛି ପଞ୍ଜାବ ପୁଲିସ । ଜଳପଥ ନେଇ ବେଆଇନ ଭାବେ ପାକିସ୍ତାନରୁ ଭାରତକୁ ଡ୍ରଗ୍ସ ଚାଲାଣ କରାଯାଉଥିଲା ବୋଲି ପଞ୍ଜାବ ଡିଜିପି କହିଛନ୍ତି । ରବର ଟ୍ୟୁବ୍ ମାଧ୍ୟମରେ ଡଙ୍ଗା ପ୍ରସ୍ତୁତ କରି କୋକେନ, ହେରୋଇନ ଆଦି ଡ୍ରଗ୍ସ ଚାଲାଣ କରାଯାଉଥିଲା । ପୁଲିସ ଟ୍ୟାୟାରରେ ବ୍ୟବହୃତ ହେଉଥିବା କିଛି ଟ୍ୟୁବ୍ ମଧ୍ୟ ଜବତ କରିଛି । ପଞ୍ଜାବରେ ନିଶା କାରବାର ବ୍ୟାପୀବା ପଛରେ ପାକିସ୍ତାନ ବଡ଼ ଭୂମିକା ରହିଛି । ତେବେ ଏହି ମାମଲାରେ ଆଉ କିଛି ଲିଙ୍କ୍ ନେଇ ପଞ୍ଜାବର ସ୍ପେଶାଲ ଅପରେସନ୍ ସେଲ ଅଧିକ ତଦନ୍ତ ଚଳାଇଛି । ଏସମ୍ପର୍କରେ ସୂଚନା ଦେଇ ଆଉ କିଛି ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି ପଞ୍ଜାବ ଡିଜିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/27/IRJavNxNHP5UXoKrGlrL.jpg)