କନକ ବ୍ୟୁରୋ : ପ୍ରଥମେ କୁଲିଦୀପଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗ ଦିଆଯାଇଥିଲା । ମାତ୍ର ମେ ୨୦୨୩ରେ ହୋଇଥିବା ଅଦଳବଦଳରେ କୁଲଦୀପଙ୍କ ବିଭାଗ ବଦଳାଯାଇ ଡିପାଟେମେଣ୍ଟ ଅଫ ଆଡମିନଷ୍ଟ୍ରେଟିଭ ରିଫର୍ମ ଓ ଏନଆରଆଇ ବିଭାଗ ଦାୟିତ୍ବ ଦିଆଯାଇଥିଲା । ଏବେ ଜଣାପଡୁଛି ପଞ୍ଜାବ ସରକାରଙ୍କ ନିକଟରେ ଡିପାଟେମେଣ୍ଟ ଅଫ ଆଡମିନଷ୍ଟ୍ରେଟିଭ ରିଫର୍ମ ବିଭାଗ ହିଁ ନାହିଁ । ଯଦି ବିଭାଗ ନାହିଁ ତେବେ ୨୦ମାସ ହେବ କୁଲଦୀପ ବିଭାଗର ମନ୍ତ୍ରୀ ନାଁରେ କ’ଣ କରୁଥିଲେ ସେନେଇ ଅନେକ ପ୍ରଶ୍ନ ଉଠିଲାଣି । ସ୍ବାଭାବିକ ଭାବେ ବିରୋଧୀ ବିଜେପି ଓ ଅକାଳୀ ଦଳ ଏହାକୁ ସମାଲୋଚନା କରୁଛନ୍ତି । ଅନ୍ୟାନ୍ୟ ଦଳଠାରୁ ସବୁବେଳେ  ସ୍ବତନ୍ତ୍ର ବୋଲି ଦାବି କରୁଥିବା ଆମ ଆଦମୀ ପାର୍ଟି ଦଳକୁ ଏଭଳି ଘଟଣା ବଡ ଅପଦସ୍ତ କରିଛି ।

Advertisment


ଦିଲ୍ଲୀରେ କ୍ଷମତାରୁ ଯିବା ପରେ ଏବେ ଦଳ କେବଳ ପଞ୍ଜାବରେ ଆମ ଆଦମୀ ପାର୍ଟିକୁ ଶାସନ କରୁଛି ।ଯାହାଫଳରେ ଆପର ସମସ୍ତ ଧ୍ୟାନ ଏବେ ପଞ୍ଜାବ ଉପରେ ପଡିଛି । ଏପରିକି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚେଷ୍ଟାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଜଣେ ବିଭାଗୀୟ ମନ୍ତ୍ରୀ ୨୦ମାସ ଧରି ରହିବା ପରେ ସେହି ବିଭାଗ ନାହିଁ ବୋଲି ଜଣାପଡିବା ଏକ ବଡ ଘଟଣା ।ପୂର୍ବର ବିଭାଗ ବିହୀନ ମନ୍ତ୍ରୀ ରହୁଥିଲେ ଏବେ ବିଭାଗ ନଥାଇ ମଧ୍ୟ ସେହି ବିଭାଗର ମନ୍ତ୍ରୀ ଭାବେ କୁଲଦିପ ରହିବା ନୂଆ ତଥା ହାସ୍ୟସ୍ପଦ କଥା ।