ସ୍ବାମୀଙ୍କୁ ବଞ୍ଚାଇବାକୁ ନିଜ ଲିଭର ଦେଲେ ସ୍ତ୍ରୀ ; କିନ୍ତୁ ଅପରେସନ୍ ପରେ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା

ମୀଙ୍କ ଲିଭର୍ ସଂକ୍ରମଣ ହୋଇଥିଲା । ତାଙ୍କ ଜୀବନ ବଞ୍ଚାଇବାକୁ ସ୍ତ୍ରୀ ନିଜର ଲିଭର ଦାନ କରିଥିଲେ । କିନ୍ତୁ ଅପରେସନ ପରେ ସ୍ବାମୀ, ସ୍ତ୍ରୀ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା ।

333

କନକ ବ୍ୟୁରୋ: ସ୍ବାମୀଙ୍କ ଲିଭର୍ ସଂକ୍ରମଣ ହୋଇଥିଲା । ତାଙ୍କ ଜୀବନ ବଞ୍ଚାଇବାକୁ ସ୍ତ୍ରୀ ନିଜର ଲିଭର ଦାନ କରିଥିଲେ । କିନ୍ତୁ ଅପରେସନ ପରେ ସ୍ବାମୀ, ସ୍ତ୍ରୀ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ର ପୁଣେରେ । ଡାକ୍ତରଙ୍କ ବେପରୁଆ କାମକୁ ନେଇ ଅଭିଯୋଗ ଆଣିଛନ୍ତି ମୃତ ଦମ୍ପତିଙ୍କ ସମ୍ପର୍କୀୟ ।

ମୃତକ ହେଉଛନ୍ତି ବାଲକୃଷ୍ଣ ଓ ମୃତ ପତ୍ନୀ କାମିନୀ କୋମକର । ଗତ ବୁଧବାର ଦୁହିଁଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ସର୍ଜରି ହୋଇଥିଲା । ସର୍ଜରିର ଦୁଇ ଦିନ ପରେ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହୋଇଗଲା ।  ଦୁହିଁଙ୍କ ସର୍ଜରିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।ଏଥିପାଇଁ ସେ ନିଜ ଜମିବାଡ଼ି ମଧ୍ୟ ବିକି ଦେଇଥିଲେ ।  କିନ୍ତୁ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଅପରେସନ୍ ପାଇଁ ଏକ୍ସପର୍ଟ ଡାକ୍ତର ନଥିବାରୁ ସ୍ବାମୀ, ସ୍ତ୍ରୀଙ୍କ ଅକାଳରେ ଜୀବନ ଚାଲିଗଲା ।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ହସ୍ପିଟାଲକୁ ନୋଟିସ୍ ଜାରି କରିଛନ୍ତି ।ସହ୍ୟାଦ୍ରି ହସ୍ପିଟାଲର ସ୍ବାସ୍ଥ୍ୟ ସେବା ଉପନିର୍ଦ୍ଦେଶକ ଡାକ୍ତର ନାଗନାଥ ୟେମପଲ୍ଲେ କହିଛନ୍ତି, ଲିଭର ଟ୍ରାନ୍ସପ୍ଲାଣ୍ଟ ପ୍ରିକ୍ରିୟା ସହ ଜଡିତ ସମସ୍ତ ତଥ୍ୟ ଜମା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe