କନକ ବ୍ୟୁରୋ: ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଇଁନ୍ତଲା ପୁଲିସ । ଗିରଫ ଦୁଇ ଅଭିଯୁକ୍ତ କୁଲଥପାଲି ଗାଁର ଅବିନାଶ ଦଳେଇ ଓ ରକି ଜେନା । ପୁଇଁନ୍ତଲା ଥାନା କୁଲଥିପାଲି ଗାଁରେ ଗତ ଶୁକ୍ରବାର ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ୱାଦିକ ବିଜୟ ପ୍ରଧାନଙ୍କୁ ମାଡମାରିଥିଲେ ଦୁର୍ବୃତ୍ତ । ଗାର୍ଡୱାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଥିଲା । ସେହି ଖବର ସଂଗ୍ରହ କରିବା ସମୟରେ ସାମ୍ୱାଦିକ ବିଜୟ ପ୍ରଧାନଙ୍କୁ ହାତ ବାନ୍ଧି ଗାଁ ଦାଣ୍ଡରେ ମାଡ଼ ମାରିଥିଲେ ଦୁର୍ନୀତିଗ୍ରସ୍ତ ଠିକାଦାର ଓ ତାଙ୍କ ଗୁଣ୍ଡାମାନେ । ପ୍ରାୟ ଦୁଇ ଘଣ୍ଟା ଧରି ଗାଁଦାଣ୍ଡରେ ମାଡ ମାରିବା ପରେ ମନ୍ଦିରକୁ ନେଇ ଖବର ପ୍ରସାରଣ ନକରିବାକୁ ଶପଥ କରାଇଥିଲେ ଅଭିଯୁକ୍ତମାନେ । ଏନେଇ ପୁଇଁନ୍ତଲା ଥାନାରେ ଏତଲା ଦେଇଥିଲେ ବିଜୟ ପ୍ରଧାନ । ସାମ୍ୱାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯାତନା ଦେବା ସମୟର ଫଟୋ ଭାଇରାଲ ହେବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସପି ଅଫିସ ଘେରାଉ କରିଥିଲେ ଜିଲ୍ଲା ସାମ୍ୱାଦିକ ସଂଘ । ପୁଲିସ ପ୍ରଶାସନ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ସାମ୍ୱାଦିକ ସଂଘ ଆନ୍ଦୋଳନରୁ ଓହରିଥିଲା । ପଇଁନ୍ତଲା ଥାନା ପୁଲିସ ଖୋଳତାଡ଼ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।
ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଇଁନ୍ତଳା ପୁଲିସ
ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଇଁନ୍ତଲା ପୁଲିସ । ଗିରଫ ଦୁଇ ଅଭିଯୁକ୍ତ କୁଲଥପାଲି ଗାଁର ଅବିନାଶ ଦଳେଇ ଓ ରକି ଜେନା ।
/kanak/media/media_files/2025/05/26/6bNQYHsp8lSKGZNOXfOI.jpg)