କନକ ବ୍ୟୁରୋ : ସୁଭଦ୍ରା ଯୋଜନା ଫର୍ମ ପାଇଁ ଅର୍ଥ ଦାବି କରି ଗିରଫ ହୋଇଛନ୍ତି ୨ଟି ଜନସେବା କେନ୍ଦ୍ର କର୍ମଚାରୀ । ସୁଭଦ୍ରା ଯୋଜନା ଫର୍ମ ଦେବା କିମ୍ବା ଅନଲାଇନରେ ଜମା କରିବା ପାଇଁ ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ବିଏମସି ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରାଯାଉଛି ।

ତେବେ ଆଜି ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଏକ ଜନ ସେବା କେନ୍ଦ୍ରରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ପରିଚାଳକ ଟଙ୍କା ଆଦାୟ କରୁଥିବା ମହିଳାମାନେ କହିଛନ୍ତି । ସୁଭଦ୍ରା ଯୋଜନାର ଆବେଦନ ପାଇଁ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଜନସେବା କେନ୍ଦ୍ରକୁ ଆସିଥିବା ବେଳେ ମହିଳାଙ୍କ ଠାରୁ ୫୦ରୁ ୮୦ ଟଙ୍କା ନିଆଯାଉଛି । ମହିଳାଙ୍କ ଏଭଳି ଅଭିଯୋଗରେ ସଠିକ୍ ଉତ୍ତର ରଖି ପାରିନଥିଲେ ଜନସେବା କେନ୍ଦ୍ରର ପରିଚାଳକ । ସ୍କାନ ଓ ଜେରକ୍ସ ବାବଦକୁ ଟଙ୍କା ନେଉଥିବା ସ୍ୱୀକାର କରିଛନ୍ତି ।