କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି । ଭାରତୀୟ ବିକାଶ ପରିଷଦରକ ଆବାହକ ସୁରେନ୍ଦ୍ର ପାଣିଗ୍ରାହୀ ଗତକାଲି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ମମିତା ମେହେର ଭଳି ଘଟଣାରେ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ତୋଷଜନକ ନଥିବା କହି ତାଙ୍କ ଆବେଦନରେ ଦର୍ଶାଇଥିଲେ । ତେଣୁ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି ସୁରେନ୍ଦ୍ର ପାଣିଗ୍ରାହୀ । ରାଜନୈତିକ ଅଭିସନ୍ଧି ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେଣୁ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ତଦନ୍ତରେ ସ୍ୱଚ୍ଛତା ରହିବ ନାହିଁ । ଯେହେତୁ ଏହା ଏକ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ, ସିବିଆଇ ହିଁ ତଦନ୍ତ କରିବା ଆବଶ୍ୟକ ବୋଲି ଆବେଦନକାରୀ ସୁରେନ୍ଦ୍ର ପାଣିଗ୍ରାହୀ ଦର୍ଶାଇଛନ୍ତି ।