ଭରତପୁର କାଣ୍ଡରେ ଜନସ୍ବାର୍ଥ ମାମଲା ରୁଜୁ  । ଉଦବେଗ ପ୍ରକାଶ କଲେ ହାଇକୋର୍ଟ  । ତଦନ୍ତରେ ହସ୍ତକ୍ଷେପ କରିବାକୁ କଲେ ମନା

ଭରତପୁର ଥାନା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ, ହାଇକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରିବା ସହ ଶୁଣାଣି କରି ଉଦବେଗ ପ୍ରକାଶ କରିଛନ୍ତି।

highcourt 12

କନକ ବ୍ୟୁରୋ: ଭରତପୁର ଥାନା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ, ହାଇକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରିବା ସହ ଶୁଣାଣି କରି ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ଓ ସରକାରଙ୍କୁ କେତେକ କଡା ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି କୋର୍ଟ।

  • ଭରତପୁର କାଣ୍ଡରେ ଜନସ୍ବାର୍ଥ ମାମଲା ରୁଜୁ
  • ଉଦବେଗ ପ୍ରକାଶ କଲେ ହାଇକୋର୍ଟ  
  • ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ

ଭରତପୁର ଘଟଣାକୁ ନେଇ ରାଜନୀତି ଶୀର୍ଷରେ ଥିବାବେଳେ ହାଇକୋର୍ଟ ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଥାନାରେ ସେଦିନର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଥାନାରେ ସିସିଟିଭି ନଥିବାକୁ ନେଇ ଅସନ୍ତୋଷ ଝାଡିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସବୁ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।

  • ପୀଡ଼ିତା ଓ ମେଜରଙ୍କ ନାଁ କୌଣସି ଗଣମାଧ୍ୟମ ପ୍ରକାଶ କରିପାରିବେ ନାହିଁ
  • ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସବୁ ଥାନାରେ ସିସିଟିଭି ବ୍ୟବସ୍ଥା କରାଯାଉ
  • ସିସିଟିଭି ବ୍ୟବସ୍ଥା ନେଇ ପୁଲିସ ଆଧୁନିକୀକରଣ ଲାଗି ଏଡିଜିଙ୍କୁ ନିର୍ଦ୍ଦେଶ
  • ଏଭଳି ଘଟଣା ଯେପରି ପୁଣି ନ ଘଟେ, ସରକାର ସେଥିପ୍ରତି ଦୃଷ୍ଟି ଦେବେ 

ତେବେ ଭରତପୁର ମାମଲା ତଦନ୍ତର ଅନୁଧ୍ୟାନ ପାଇଁ ମନା କରି ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ତଦନ୍ତ ଅନୁଧ୍ୟାନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କୋର୍ଟ। ଏସବୁ ଭିତରେ ଭରତପୁର କାଣ୍ଡକୁ ନେଇ କି କି ପଦକ୍ଷେପ ନିଆଯାଇଛି, ସେ ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର।

ତେବେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ। ଏହି ମାମଲାକୁ ଗୁରୁତର ସହ ନେଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe