କନକ ବ୍ୟୁରୋ : ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ । ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି, ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି । ହେଲେ ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଜାଣି ନାହାନ୍ତି । ଏପରିକି ଏଲିଟ୍ ବର୍ଗର ଲୋକେ ବି କୌଣସି ସାମଜିକ ଯୋଜନା ବିଷୟରେ ଜାଣିନଥିବା କହି ଉଦ୍ବେଗ ଜଣାଇଛନ୍ତି ରାଜ୍ୟପାଳ ।
ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା ବିଷୟରେ ଅନେକ ଲୋକେ ଅବଗତ ନାହାନ୍ତି । ଏହି ଯୋଜନାରେ ଘରର ସବୁ ସଦସ୍ୟ ସାମିଲ ହୋଇପାରିବେ । ହେଲେ ସାଧାରଣ ଲୋକେ କିଛି ଜାଣିନାହାନ୍ତି । ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନପାରିବ ବୋଲି ପ୍ରଶ୍ନ ପଚାରିଛନ୍ତି ରାଜ୍ୟପାଳ ।