କନକ ବ୍ୟୁରୋ: ରାସ୍ତା କାମକୁ ନେଇ ଜନଅସନ୍ତୋଷ । ଗୋଟିଏ ପ୍ରକଳ୍ପ ପାଇଁ ଲଗାଯାଇଛି ୨ଟି ଫଳକ । କାହିଁକି ଏଭଳି କରାଯାଉଛି । ଏହାର କାରଣ କଣ ତାହା ଜଣାପଡ଼ୁନାହିଁ । ତେଣୁ କାମକୁ ବିରୋଧ କରିଛନ୍ତି ଲୋକ ।
ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତ ଧବଣୀ ଗାଁରୁ ଆସିଛି ଏହି ଅଭିଯୋଗ। ଗୋଟିଏ ରାସ୍ତା ପାଇଁ ଲାଗିଛି ଦୁଇ ଦୁଇଟି ଫଳକ । କିଛିଦିନ ତଳେ ସରପଞ୍ଚଙ୍କ ସହଯୋଗୀ ବିକଶିତ ଗାଁ ବିକଶିତ ଓଡ଼ିଶାରେ ଧବଣୀର ଅଶ୍ବତଥ ଗଛଠାରୁ ପିଡବ୍ଲ୍ୟୁଡି ରାସ୍ତା ପର୍ଯ୍ୟନ୍ତ କାମ କରିଥିଲେ । ଯାହାର ମୂଲ୍ୟ ଥିଲା ୩ ଲକ୍ଷ ଟଙ୍କା । ସେ ବାବଦ ବିଲ୍ ଏଯାଏଁ ସେମାନେ ପାଇନାହାନ୍ତି । ହେଲେ ସମାନ ପ୍ରକଳ୍ପର ଫଳକ ଲଗାଇ ଅନ୍ୟଜଣେ ଠିକାଦାର ଅନ୍ୟ ଏକ ରାସ୍ତା କରୁଥିବା ଅଭିଯୋଗ ଆସିଛି । ଯାହାକୁ ସରପଞ୍ଚଙ୍କ ସମେତ ଗାଁ ଲୋକ ବିରୋଧ କରିଛନ୍ତି ।
ପୂର୍ବରୁ ଠିକାଦାର ଜଣକ ଗାଁରେ ୨ଟା ଅଙ୍ଗନବାଡ଼ି କାମକୁ ଅଧପନ୍ତରିଆ କରି ଛାଡ଼ିଦେଇଥିବା ଅଭିଯୋଗ ଆସିଛି । ତାଙ୍କୁ କାମ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସରପଞ୍ଚ । ବରହମପୁର ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଅନ୍ୟପଟେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କେମିତି କାମ ଚାଲିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।