କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ସର୍ବସାଧାରଣ ଦର୍ଶନ ବନ୍ଦ । ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । ପୁରୀରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ପ୍ରଥମେ ଜଗନ୍ନାଥଙ୍କ ଦର୍ଶନ କରିବେ । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ ।
ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ନୌସେନା ଦିବସରେ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଅପରାହ୍ନରେ ନୌସେନା ଦିବସରେ ହେବେ ସାମିଲ । ବ୍ଲୁ ଫ୍ଲାଗ୍ ବିଚ୍ ରେ ନୌସେନାର ସମରାଭ୍ୟାସ ଦେଖିବେ ମହାମହିମ ରାଷ୍ଟ୍ରପତି । ତେବେ କାର୍ଯ୍ୟକ୍ରମ ସାରି ରାଜଭବନରେ ବିଶ୍ରାମ ନେବେ ।
ଆଜି ପୁରୀରେ ପାଳନ ହେବ ନୌସେନା ଦିବସ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୌବୀରଙ୍କ ପରାକ୍ରମ ଦେଖିବାକୁ ଶ୍ରୀକ୍ଷେତ୍ରରେ ଜମିବ ପ୍ରବଳ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରୁ ଆସୁଥିବା ୪ ଚକିଆ ଯାନ ଗୁଡ଼ିବ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବେ । ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍ ଯାଏ ଯିବେ । କୋଣାର୍କ ପଟୁ ଆସୁଥିବା ଯାତ୍ରୀ ତାଳବଣିଆରେ ଗାଡ଼ି ପାର୍କିଂ କରିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଦର୍ଶକ ଷ୍ଟଲିନ୍ ନିକଟରେ ଗାଡ଼ି ରଖିପାରିବେ ।