କନକ ବ୍ୟୁରୋ: ରାଜ୍ୟରେ ଗତ ସାଧାରଣ ନିର୍ବାଚନ ପରଠୁ ଓଡିଆ ଏବଂ ଅଣଓଡିଆ ପ୍ରସଙ୍ଗ ବେଶ ଚର୍ଚ୍ଚାରେ ରହିଛି । ଖାସ୍ କରି ବିଜେପି ‘ଓଡିଆ ଅସ୍ମିତା’କୁ ପ୍ରସଙ୍ଗକୁ କେନ୍ଦ୍ର କରି ସତ୍ତାକୁ ଆସିଥିବାରୁ, ଏବେ ଏହି କଥା ଚର୍ଚ୍ଚାରେ ରହୁଛି । ଆଉ ଏହାରି ଭିତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଛନ୍ତି ବଡ ବୟାନ । ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଓଡ଼ିଶାର କଣ୍ଟ୍ରାକ୍ଟରଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ଏମିତି କି ଅନେକ ଓଡ଼ିଆ କଣ୍ଟ୍ରାକ୍ଟର ନିଜର ଲାଇସେନ୍ସ ସରେଣ୍ଡର କରିବାକୁ ବସିଥିଲେ । ହେଲେ ଏବେ କିନ୍ତୁ ଆଉ ତାହା ହେବନି । ପୂର୍ବରୁ ଛୋଟ ଛୋଟ କାମ ଯାହା ଓଡ଼ିଆ ନିର୍ମାଣକାରୀ ସଂସ୍ଥା କରିପାରିଥାନ୍ତେ, ତାକୁ ଗତ ସରକାର ନକରି କ୍ଲବଅପ କରି ରାଜ୍ୟ ବାହାର ବଡ ବଡ କଣ୍ଟ୍ରାକ୍ଟର ସଂସ୍ଥାକୁ ଦେଉଥିଲେ । ହେଲେ ଆଜିର ଦିନରେ ଆମେ ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରିଛୁ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ବି ଆଉ ସି କ୍ଲାସ କଣ୍ଟ୍ରାକ୍ଟର ସଂସ୍ଥାମାନଙ୍କର ରେଡିଆନ୍ସ ଚେଞ୍ଜ ହୋଇଛି ଏବଂ ତାଙ୍କ ଲିମିଟକୁ ମଧ୍ୟ ବଢ଼ାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ଓପିଡବ୍ଲୁଡି କୋର୍ଡରେ ପରିବର୍ତ୍ତନ ହେବ ଯାହାକୁ ନେଇ ପକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।