ପ୍ରୋତ୍ସାହନ ନୁହେଁ ସ୍ଥାୟୀ ନିଯୁକ୍ତି ଓ ଦରମା ଦିଅ : ୬ ଦଫା ଦାବି ନେଇ ଧାରଣାରେ ରାଜ୍ୟର ମିସନ ଶକ୍ତି ମହିଳା

ପ୍ରୋତ୍ସାହନ ରାଶି ନୁହେଁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି। ୬ ଦଫା ଦାବି ନେଇ ଧାରଣାରେ ରାଜ୍ୟର ମିସନ ଶକ୍ତି ମହିଳା ।

14

Photograph: (KANAKNEWS)

କନକବ୍ୟୁରୋ : ପ୍ରୋତ୍ସାହନ ରାଶି ନୁହେଁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି । ୬ ଦଫା ଦାବି ନେଇ ଧାରଣାରେ ରାଜ୍ୟର ମିସନ  ଶକ୍ତି ମହିଳା ।  ଗତ ୬ ମାସ ହେଲା ଦରମା ମିଳୁନାହିଁ । ପୂର୍ବରୁ ସବୁ ଠିକ୍‌ ଠାକ୍ ଥିଲା । ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି ।  ଦରମା ବଦଳରେ ପ୍ରୋତ୍ସାହନ ରାଶି ଦେବେ ବୋଲି କହିଛନ୍ତି। ଏହାକୁ ମିଶନଶକ୍ତିର ମହିଳାମାନେ ବିରୋଧ କରିଛନ୍ତି ଏମ୍‌ବିକେ,  ସ୍ୱୟଂ ସହାୟକ ଦଳ, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ସିଆରପି, ଭଳି ୬ଟି ଗୋଷ୍ଠୀର ମହିଳା। ୬ଟି ଗୋଷ୍ଠୀ ୬ଟି ଦାବି ରଖିଛନ୍ତି  ।    ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ମହିଳା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe