କନକବ୍ୟୁରୋ : ପୋଲ ନିର୍ମାଣ ଦାବିରେ ମେଳି । ଏକାଠି ହେଲେ ଶାସକ, ବିରୋଧୀ ନେତା ଓ ପଞ୍ଚାୟତବାସୀ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ୨ଟି ପଞ୍ଚାୟତରେ ସ୍ଥାୟୀ ପୋଲଟିଏ ନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲ ପାଇଁ ବୈଠକ ବସିଥିଲା । କୋରାପୁଟ ବିଧାୟକ ରଘୁରାମ ମାଛ ଓ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ପଞ୍ଚାୟତର ବିଭିନ୍ନ ଜନ ପ୍ରତିନିଧି , ବିଜେଡି ଓ କଂଗ୍ରେସ ନେତା ଏହି ବୈଠକରେ ଯୋଗ ଦେଇଥିଲେ । ଶହଶହ ସଂଖ୍ୟରେ ପୁରୁଷ ମହିଳା ଯୋଗଦେଇ ସ୍ଥାୟୀ ପୋଲ ନିର୍ମାଣ ନେଇ ଦାବି ଉପସ୍ଥାପନ କରିଥିଲେ ।
କୋରାପୁଟ ସେମିଳିଗୁଡ଼ାରେ ପୋଲ ନିର୍ମାଣ ଦାବିରେ ମେଳି : ଏକାଠି ହେଲେ ଶାସକ, ବିରୋଧୀ ନେତା ଓ ପଞ୍ଚାୟତବାସୀ
ପୋଲ ନିର୍ମାଣ ଦାବିରେ ମେଳି । ଏକାଠି ହେଲେ ଶାସକ, ବିରୋଧୀ ନେତା ଓ ପଞ୍ଚାୟତବାସୀ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ୨ଟି ପଞ୍ଚାୟତରେ ସ୍ଥାୟୀ ପୋଲଟିଏ ନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
/kanak/media/media_files/2025/05/12/mvfQIMWwtPOdTzp1nqbn.jpg)