କନକବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ ପୁରୀରେ ଉତ୍ତେଜନା ।   ପୁରୀ କୁମ୍ଭାରପଡ଼ା ଥାନା ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତ୍ୟକୁ ନେଇ ଉତ୍ତେଜନା ଦେଖାଦେଇଛି ।  ପୁରୀ ଚାରିନଳା ଅଞ୍ଚଳର ଜଣେ ମହିଳା ୨ ଦିନ ତଳେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ  ।  ଚିକିତ୍ସା ଅବହେଳାରୁ ମୃତ୍ୟୁ ନେଇ ଅଭିଯୋଗ ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ରାସ୍ତା ଅବରୋଧ ବେଳେ ପୁଲିସ ସହିତ ଆନ୍ଦେଳନ କାରୀଙ୍କ ଧସ୍ତାଧସ୍ତି ହୋଇଛି । ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି ।