କନକ ବ୍ୟୁରୋ: ପାକିସ୍ତାନର ଶେହବାଜ ସରିଫ ସରକାର ବିରୋଧରେ ପାକିସ୍ତାନ ଅଧିକୃତ କାଶ୍ମୀର – ପିଓକେରେ ବିଶାଳ ପ୍ରତିବାଦ । ଆୱାମୀ ଆକ୍ସନ୍ କମିଟି -ଏଏସି ଡାକରାରେ ବନ୍ଦ ପାଳନ କରାଯାଉଛି । ହଜାର ହଜାର ଲୋକ ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଗାଡ଼ି ମୋଟର ଚଳାଚଳ କରୁନାହିଁ । ପାକିସ୍ତାନ ଅଧିକୃତ କାଶ୍ମୀର- ପିଓକେର ସାମ୍ପ୍ରତିକ ଇତିହାସରେ ଏହା  ସବୁଠାରୁ ବଡ଼ ପ୍ରତିବାଦ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ପିଓକେ ବିଧାନସଭାରେ କାଶ୍ମୀର ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ୧୨ଟି ଆସନ ଉଚ୍ଛେଦ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ପିଓକେ ଲୋକଙ୍କୁ ୭୦ ବର୍ଷ ଧରି ଅବହେଳା ଆଦି ୩୮ ଘଟଣା ଓ ଏହାର ସମାଧାନ ଦାବି ନେଇ ଆନ୍ଦୋଳନ କରୁଛି ଆୱାମୀ ଆକ୍ସନ୍ କମିଟି। ଅଧିକାର ପ୍ରଦାନ କର, ନଚେତ୍ ଲୋକଙ୍କ କ୍ରୋଧର ସମ୍ମୁଖୀନ ହୁଅ ବୋଲି ଆୱାମୀ ଆକ୍ସନ କମିଟି ନେତା ସୌକତ ନୱାଜ ମୀର୍ କହିଛନ୍ତି।    ଉତ୍ତେଜନାକୁ ଦେଖି ଶେହବାଜ ସରକାର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିବା ସହ ସୁରକ୍ଷା ବାହିନୀ ମୁତୟନ କରିଛନ୍ତି। ଉତ୍ତେଜନା ବଢ଼ିବାରେ ଲାଗିଛି  । ପ୍ରମୁଖ ସହରଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ପଥଗୁଡ଼ିକୁ ସିଲ୍  କରାଯିବା ସହିତ ସମ୍ବେଦନଶୀଳ ସ୍ଥାନ ଉପରେ ସୁରକ୍ଷାକର୍ମୀ କଡ଼ା ନଜର ରଖିଛନ୍ତି ।

Advertisment

ପିଓକେରେ ବିଶାଳ ପ୍ରତିବାଦ
ସରିଫ ସରକାରଙ୍କ କିଛି ନିଷ୍ପତ୍ତିକୁ ବିରୋଧ
ବନ୍ଦ ପାଳନ, ରାସ୍ତାରେ ହଜାର ହଜାର ଲୋକ
ଆୱାମୀ ଆକ୍ସନ କମିଟି ଡାକରାରେ ଆନ୍ଦୋଳନ
ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ୧୨ଟି ଆସନ ଉଚ୍ଛେଦର ପ୍ରତିବାଦ 
ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ପିଓକେ ଲୋକଙ୍କୁ ଅବହେଳାର ପ୍ରତିବାଦ
ଅଞ୍ଚଳରେ ଇଣ୍ଟରେନେଟ୍ ବନ୍ଦ, ବ୍ୟାପକ ସୁରକ୍ଷାକର୍ମୀ ମୁତୟନ