ବର୍ଦ୍ଧିତ ଭତ୍ତା ପାଇଁ ହନ୍ତସନ୍ତ ବୃଦ୍ଧାବୃଦ୍ଧ; ଖରାରେ ଚାଲିଚାଲି ଗଲେ ଜିଲ୍ଲାପାଳ ଅଫିସ୍‌

ବର୍ଦ୍ଧିତ ଭତ୍ତା ପାଇଁ କଟକ କଲେକ୍ଟର ଅଫିସ ଅଭିମୁଖେ ଯାଉଛନ୍ତି ଅନେକ ହିତାଧିକାରୀ । ସରକାର କେବଳ ୮୦ ବର୍ଷରୁ ଅଧିକ ବୟସ୍କଙ୍କର ଭତ୍ତା ୩୦୦୦ କରିଛନ୍ତି ।

Allownces Protest

Photograph: (KANAK NEWS)

କନକ ବ୍ୟୁରୋ : ଭତ୍ତା ପାଇଁ ଚାଲି ଚାଲି ଗଲେ ବୃଦ୍ଧାବୃଦ୍ଧ । ବର୍ଦ୍ଧିତ ଭତ୍ତା ପାଇଁ କଟକ କଲେକ୍ଟର ଅଫିସ ଅଭିମୁଖେ ଯାଉଛନ୍ତି ଅନେକ ହିତାଧିକାରୀ । ସରକାର କେବଳ ୮୦ ବର୍ଷରୁ ଅଧିକ ବୟସ୍କଙ୍କର ଭତ୍ତା ୩୦୦୦ କରିଛନ୍ତି । କିନ୍ତୁ ସମସ୍ତଙ୍କ ଭତ୍ତା ୩ ହଜାର ହୋଇ ନାହିଁ ।

ଯାହା ଫଳରେ ଆଜି କଟକ ସହରର ଶହ ଶହ ଭତ୍ତା ହିତାଧିକାରୀ ଜିଲ୍ଲାପାଳ ଅଫିସ୍ ପର୍ୟ୍ୟନ୍ତ କରୁଛନ୍ତି ପଦଯାତ୍ରା । ଯେଉଁମାନେ ୩ ହଜାର ଟଙ୍କା ପାଉ ନାହାନ୍ତି ସେମାନେ ଚାଲି ଚାଲି ଯାଉଛନ୍ତି କଲେକ୍ଟର ଅଫିସ । କଲେକ୍ଟରଙ୍କ ପାଖରେ ଭତ୍ତା ବଢାଇବା ପାଇଁ ଦାବିପତ୍ର ଦେବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe