କନକ ବ୍ୟୁରୋ : ଭତ୍ତା ପାଇଁ ଚାଲି ଚାଲି ଗଲେ ବୃଦ୍ଧାବୃଦ୍ଧ । ବର୍ଦ୍ଧିତ ଭତ୍ତା ପାଇଁ କଟକ କଲେକ୍ଟର ଅଫିସ ଅଭିମୁଖେ ଯାଉଛନ୍ତି ଅନେକ ହିତାଧିକାରୀ । ସରକାର କେବଳ ୮୦ ବର୍ଷରୁ ଅଧିକ ବୟସ୍କଙ୍କର ଭତ୍ତା ୩୦୦୦ କରିଛନ୍ତି । କିନ୍ତୁ ସମସ୍ତଙ୍କ ଭତ୍ତା ୩ ହଜାର ହୋଇ ନାହିଁ ।
ଯାହା ଫଳରେ ଆଜି କଟକ ସହରର ଶହ ଶହ ଭତ୍ତା ହିତାଧିକାରୀ ଜିଲ୍ଲାପାଳ ଅଫିସ୍ ପର୍ୟ୍ୟନ୍ତ କରୁଛନ୍ତି ପଦଯାତ୍ରା । ଯେଉଁମାନେ ୩ ହଜାର ଟଙ୍କା ପାଉ ନାହାନ୍ତି ସେମାନେ ଚାଲି ଚାଲି ଯାଉଛନ୍ତି କଲେକ୍ଟର ଅଫିସ । କଲେକ୍ଟରଙ୍କ ପାଖରେ ଭତ୍ତା ବଢାଇବା ପାଇଁ ଦାବିପତ୍ର ଦେବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/03/uFXOCEbahCSeWcyYmiOR.jpg)