କନକବ୍ୟୁରୋ: ବାରିପଦା ପିଆରଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଉତ୍ତେଜନା ।  ଶିଶୁ ବିଭାଗ ଡ୍ୟୁଟିରେ ଥିବା ନର୍ସମାନେ କୁନିକୁନି ପିଲାଙ୍କର ଠିକ୍ ଭାବେ ଚିକିତ୍ସା ନକରିବା ଓ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଏକାଧିକ ଲୋକ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ସୂଚନା ଅନୁଯାୟୀ ବାରିପଦା ସହର ଭୁଗୁଡଡ଼ାକଟା ଅଞ୍ଚଳର କ୍ରିଷ୍ଣା ଘଡ଼େଇଙ୍କ ଶିଶୁପୁତ୍ର ୩ରୁ ୪ ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୪ ଦିନ ବିତି ଯାଇଥିଲେ ମଧ୍ୟ ଠିକ୍ ଭାବେ କୌଣସି ଚିକିତ୍ସା କରାଯାଇ ନଥିବା ଅଭିଯୋଗ ହୋଇଛି । ଏ ନେଇ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କୁ ପଚାରିବାରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କେବଳ ସେତିକି ନୁହେଁ ମୋବାଇଲ ରିଲ୍ସରେ ମାତିଛନ୍ତି ନର୍ସମାନେ, ଆଉ ସବୁଠୁ ବଡ଼ କଥା ହେଲା ଏହି ଅଭିଯୋଗ ଜଣେ କରିନାହାନ୍ତି ଏମିତି ହସ୍ପିଟାଲରେ ଅନେକ ଅଭିଯୋଗ କରିଛନ୍ତି ।