କନକ ବ୍ୟୁରୋ : ଜାତୀୟ ରାଜପଥ ନିର୍ମାଣକୁ ନେଇ ଚାଷୀ ଓ ପୁଲିସ ମୁହାଁମୁହିଁ । ଯାଜପୁର ଜିଲ୍ଲାରେ ନିର୍ମାଣଧିନ ୨୦ ନମ୍ବର ଜାତୀୟ ରାଜପଥ କାର୍ଯ୍ୟକୁ ବିରୋଧ କରି କାମ ବନ୍ଦ କଲେ ଚାଷୀ । କାର୍ଯ୍ୟ ଦାୟିତ୍ବରେ ଥିବା ଠିକା ସଂସ୍ଥା ଜାତୀୟ ରାଜପଥ ନିର୍ମାଣରେ ବ୍ୟାପକ ପାଉଁଶ ଗୁଣ୍ଡ ବ୍ୟବହାର କରୁଛନ୍ତି । ଫଳରେ ବର୍ଷା ହେଲେ ଏହି ପାଉଁଶ ଅନ୍ୟ ଚାଷ ଜମିକୁ ମାଡ଼ି ଧାନ ବିଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଧାନ ବିଲର ଜଳ ନିଷ୍କାସନ ପାଇଁ ଥିବା ନାଳକୁ ଠିକା ସଂସ୍ଥା ପୋତି ପକାଇଥିବା ଅଭିଯୋଗ ହୋଇଛି । ଫଳରେ ଶହଶହ ହେକ୍ଟର ଜମିରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଯାହାକୁ ବିରୋଧ କରିବାରୁ ଚାଷୀ ଓ ପୁଲିସ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us