କନକ ବ୍ୟୁରୋ : ୱାକଫ୍ ଆଇନ ଉପରେ ବାଜିଛି ସୁପ୍ରିମ କୋର୍ଟଙ୍କ ଛାଟ, ଆଇନ ବିରୋଧରେ କଟକରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଦେଖିବାକୁ ମିଳିଛି ବିକ୍ଷୋଭ ପ୍ରଦର୍ଶନ । ଏହି ଅବସରରେ ଆଇନକୁ ବିରୋଧ କରିବା ସହ ବିଜୁ ଜନତା ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ । ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିଲକୁ ସମର୍ଥନ କରି ବିଜେଡି ସଂଖ୍ୟାଲଘୁଙ୍କୁ ପଛରୁ ଛୁରୀ ମାରିଛି ବୋଲି ଅଭିଯୋଗ କରାଯାଇଛି । ଆଇନକୁ ବିରୋଧ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଭି. କେ ପାଣ୍ଡିଆନଙ୍କ ସମେତ ଆନ୍ଧ୍ରପ୍ରଦେଶ ଓ ବିହାରର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । 

Advertisment

ବିଭିନ୍ନ ଆଡୁ ବିରୋଧ ଭିତରେ ୱାକଫ୍‌ ସଂଶୋଧନ ଆଇନକୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ବିଜେପି ପ୍ରସ୍ତୁତ କରିଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ଏପ୍ରିଲ ୨୨ ଓ ୨୩ତାରିଖ ଦୁଇ ଦିନ ଧରି ୩୦ଟି ଯାକ ଜିଲ୍ଲାରେ ଦଳ ପକ୍ଷରୁ ଅନୁଷ୍ଠିତ ହେବ ୱାକଫ୍ ଜନ ଜାଗରଣ କର୍ମଶାଳା । ୨୫ ତାରିଖରେ ସବୁ ମଣ୍ଡଳ ସ୍ତରରେ କର୍ମଶାଳା କରିବ ବିଜେପି । 

ୱାକଫ୍‌ ସଂଶୋଧନ ଆଇନକୁ ନେଇ ବିଜେଡିର ସମସ୍ୟା ବଢିଛି । ପ୍ରଥମେ ଦଳର କିଛି ବରିଷ୍ଠ ନେତୃତ୍ବ ଓ ବର୍ତ୍ତମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ବିରୋଧ ଆଗାମୀ ଦିନରେ ଦଳର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।