ବିପିଏସସି ପରୀକ୍ଷାକୁ ନେଇ ପ୍ରତିବାଦ ଘଟଣା : ଧାରଣାସ୍ଥଳରୁ ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେଲା ପୋଲିସ

Advertisment

ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ ଅଟକ ରଖିଛି ।  ମିଳିଥିବା ସୂଚନା ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ପ୍ରଶାନ୍ତ କିଶୋର ଚିକିତ୍ସାକୁ ମନା କରିଦେଇଛନ୍ତି ଏବଂ ମୃତ୍ୟୁ ପର୍ୟ୍ୟନ୍ତ ଅନଶନ ଜାରି ରଖିବେବୋଲି କହିଥିଲେ

ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ ଅଟକ ରଖିଛି ।  ମିଳିଥିବା ସୂଚନା ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ପ୍ରଶାନ୍ତ କିଶୋର ଚିକିତ୍ସାକୁ ମନା କରିଦେଇଛନ୍ତି ଏବଂ ମୃତ୍ୟୁ ପର୍ୟ୍ୟନ୍ତ ଅନଶନ ଜାରି ରଖିବେବୋଲି କହିଥିଲେ

066

066 Photograph: (066)

କନକବ୍ୟୁରୋ : ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ ଅଟକ ରଖିଛି ।  ମିଳିଥିବା ସୂଚନା ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ପ୍ରଶାନ୍ତ କିଶୋର ଚିକିତ୍ସାକୁ ମନା କରିଦେଇଛନ୍ତି ଏବଂ ମୃତ୍ୟୁ ପର୍ୟ୍ୟନ୍ତ ଅନଶନ ଜାରି ରଖିବେବୋଲି କହିଥିଲେ । ଏମ୍ସ ବାହାରେ ଜନସ୍ବରାଜ ଦଳର କାଯ୍ୟକର୍ତ୍ତା ଓ ପୋଲିସ ଭିତରେ ଠେଲାପେଲା ହୋଇଥିଲା ଫଳରେ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା । 

ଭିଡିଓରେ ଦେଖିବାକୁ ମିଳୁଛି  ପାଟନା ପୁଲିସର ଏକ ବଡ଼ ଟିମ୍ ପ୍ରଶାନ୍ତ କିଶୋରଙ୍କୁ ଆନ୍ଦୋଳନସ୍ଥଳରୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ସାଥୀ ବିକ୍ଷୋଭକାରୀମାନେ ତାଙ୍କୁ ଧରି ରଖିଛନ୍ତି।ରାଜନୀତିରେ ଯୋଗ ଦେବା ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ଥିବା  ଶ୍ରୀ କିଶୋର ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା ପରିଚାଳିତ ସମନ୍ବିତ ୭୦ତମ ମିଳିତ ପ୍ରତିଯୋଗିତା ମୂଳକ ପରୀକ୍ଷାକୁ ବାତିଲ କରିବା  ଦାବିରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଜାନୁଆରୀ ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ରେ ବସିଛନ୍ତି ।

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି।ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗାନ୍ଧି ମଇଦାନ ସେହି ସ୍ଥାନଠାରୁ କିଛି କିଲୋମିଟର ଦୂରରେ ରହିଛି ଯେଉଁଠାରେ ଅନେକ ପ୍ରାର୍ଥୀ ଦୁଇ ସପ୍ତାହରୁ ଅଧିକ ସମୟ ଧରି ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି ।

ମୁଁ ମୋର ପୂରା ଶକ୍ତି ସହିତ ଏହି ଛାତ୍ରମାନଙ୍କ ସହିତ ଅଛି  । ଏହି ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ମୁଁ ଆମରଣ ଅନଶନରେ ବସିବି ବୋଲି ପ୍ରଶାନ୍ତ କହିଥିଲେ  ।  ପୋଲିସର ଲାଠିଚାର୍ଜ ଓ ପାଣି ମାଡ ସହ ପ୍ରବଳ ଥଣ୍ଡାରେ ପ୍ରାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି  ।  ଏହା ପୂର୍ବରୁ ପ୍ରଶାନ୍ତ କିଶୋର କହିଥିଲେ  ବିପିଏସ୍ସି ପରୀକ୍ଷାରେ ଅନିୟମିତତା ନେଇ ତାଙ୍କ ଦଳ ଜାନୁଆରୀ ୭ ରେ ପାଟନା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe