‘ଆମେରିକାରେ କେହି ରାଜା ନୁହେଁ’…ଟ୍ରମ୍ପଙ୍କ ବିରୋଧରେ ବଡ଼ଧରଣର ପ୍ରଦର୍ଶନ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଧରଣର ପ୍ରଦର୍ଶନ । ଶନିବାର ନ୍ୟୁୟର୍କ ସହ ୱାଶିଂଟନ ଏବଂ ଆମେରିକାର ଅନେକ ସହରରେ ହଜାର ହଜାର ପ୍ରଦର୍ଶନକାରୀ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ କଠୋର ନୀତି ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଧରଣର ପ୍ରଦର୍ଶନ । ଶନିବାର ନ୍ୟୁୟର୍କ ସହ ୱାଶିଂଟନ ଏବଂ ଆମେରିକାର ଅନେକ ସହରରେ ହଜାର ହଜାର ପ୍ରଦର୍ଶନକାରୀ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ କଠୋର ନୀତି ବିରୋଧରେ ପ୍ରଦର୍ଶନ କରିଛନ୍ତି ।

PROTEST AGAINST TRUMP

PROTEST AGAINST TRUMP Photograph: (KanakNews )

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଧରଣର ପ୍ରଦର୍ଶନ । ଶନିବାର ନ୍ୟୁୟର୍କ ସହ ୱାଶିଂଟନ ଏବଂ ଆମେରିକାର ଅନେକ ସହରରେ ହଜାର ହଜାର ପ୍ରଦର୍ଶନକାରୀ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ କଠୋର ନୀତି ବିରୋଧରେ ପ୍ରଦର୍ଶନ କରିଛନ୍ତି । ନ୍ୟୁୟର୍କରେ ପ୍ରଦର୍ଶନକାରୀମାନେ ସହରର ମୁଖ୍ୟ ପାଠାଗାର ବାହାରେ ଏକତ୍ରିତ ହୋଇଥିଲେ ଏବଂ ସେମାନଙ୍କ ହାତରେ 'ଆମେରିକାରେ କେହି ରାଜା ନୁହନ୍ତି' ଏବଂ ‘ତାନାଶାହୀକୁ ବିରୋଧ କରୁଛୁ’ ଭଳି ସ୍ଲୋଗାନ ଲେଖାଥିବା ପୋଷ୍ଟର ଏବଂ ବ୍ୟାନର ରହିଥିଲା । 

ଏହି ପ୍ରତିବାଦରେ ଅଧିକାଂଶ ଲୋକ ଟ୍ରମ୍ପଙ୍କ ଇମିଗ୍ରେସନ ନୀତିକୁ ବିରୋଧ କରିଥିଲେ । ଏହାସହ 'No ICE, no fear, immigrants are welcome here' ବୋଲି ସ୍ଲୋଗାନ୍ ଦେଇଥିଲେ । ସେହିପରି ୱାଶିଂଟନ ଡିସିରେ ପ୍ରତିବାଦକାରୀମାନେ ଟ୍ରମ୍ପ ପ୍ରଶାସନ ଉପରେ ସାମ୍ବିଧାନିକ ନୀତି, ବିଶେଷକରି ନ୍ୟାୟିକ ପ୍ରକ୍ରିୟାର ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଥିଲେ । 

ସୂଚନାଯୋଗ୍ୟ ଯେ,  '୫୦୫୦୧' ନାମକ ଏକ ଗୋଷ୍ଠୀ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଏହି ପ୍ରଦର୍ଶନ ଆୟୋଜନ କରାଯାଇଥିଲା । '୫୦୫୦୧' ନାମକ ଏହି ଗୋଷ୍ଠୀ, ଯାହାକି ୫୦ଟି ରାଜ୍ୟରେ ୫୦ଟି ପ୍ରତିବାଦ ଏବଂ ଗୋଟିଏ ଆନ୍ଦୋଳନକୁ ବୁଝାଇଥାଏ । ଏହି ସଙ୍ଗଠନର କହିବା କଥା, ସାରା ଦେଶରେ ପ୍ରାୟ ୪୦୦ଟି ପ୍ରତିବାଦର ଯୋଜନା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe